କୁକୁରକୁ ପିଟିପିଟି ମାରିଦେବା ଅଭିଯୋଗରେ ମହିଳାଙ୍କ ବିରୋଧରେ ମାମଲା ରୁଜ୍ଜୁ: ଭିଡିଓ ଭାଇରାଲ

Published By : Prameya-News7 Bureau | September 20, 2021 IST

ଗାଜିଆବାଦ ୨୦/୦୯ : ଗାଜିଆବାଦର ବିଜୟନଗର ଅଞ୍ଚଳରେ ଏକ କୁକୁରକୁ ପିଟିପିଟି ମାରିଦେଇଥିବା ମାମଲା ସାମ୍ନାକୁ ଆସିଛି। ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ପରିପ୍ରେକ୍ଷୀରେ, ପିପୁଲ୍ସ ଫର ଆନିମଲ୍ସ ସଂସ୍ଥା ବିଜୟନଗର ପୋଲିସ ଷ୍ଟେସନରେ ଜଣେ ମହିଳାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି।

ଅଭିଯୋଗକାରୀଙ୍କ କହିବାନୁସାରେ, ସେପ୍ଟେମ୍ବର ୧୯ ତାରିଖ ଦିନ ପ୍ରାୟ ୭ ଟା ସମୟରେ ଏହି ଘଟଣା ଘଟିଛି। ଭିଡିଓରେ ଦେଖାଯାଇଛି ଯେ ବିଜୟନଗର ସେକ୍ଟର -୧୧ ରେ ଗୋଟିଏ କୁକୁର ଘର ବାହାରେ ବସିଛି। ମହିଳାଙ୍କ ଘରର କବାଟ ଏକ ଗଛର ଆବରଣ ତଳେ ଅଛି। ସେ ପ୍ରଥମେ କୁକୁରକୁ ନିଜ ଘରର ଲୁହା ଫାଟକରେ ଆଘାତ କରିଥିଲେ ଓ ପରେ ସେ ଅନେକ ଥର ଜୋର ଜୋରରେ ଲାତ ମାରିଥିଲେ।

ଭିଡିଓ ଦେଖିବା ପରେ ଜଣାପଡୁଛି ଯେମିତି କୁକୁରଟି ଫାଟକ ଆଘାତ ଯୋଗୁଁ ଏତେ ଆହତ ହୋଇଯାଇଥିଲା ଯେ ଉଠିବା ସ୍ଥିତିରେ ମଧ୍ୟ ନଥିଲେ। ଏଥିସହିତ ବିଜୟନଗର SHO ମହାବୀର ସିଂ ଚୌହାନ କହିଛନ୍ତି ଯେ ଅଭିଯୁକ୍ତ ମହିଳା କହିଛନ୍ତି ଯେ କୁକୁରଟି ତାଙ୍କ ଫାଟକ ନିକଟରେ ମରଣାସନ୍ନ ଅବସ୍ଥାରେ ପଡିଥିଲା। ସେ କୁକୁରକୁ କେବଳ ପାଦରେ ଠେଲି ଫାଟକ ସମ୍ମୁଖରୁ ବାହାର କରିଥିଲେ| ସୋସିଆଲ ମିଡିଆରେ ଭାଇରାଲ ଭିଡିଓ କ୍ଲିପର ପୂର୍ବର ଫୁଟେଜ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.