ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା : କ୍ୟାମେରା ମ୍ୟାନ୍‌ ମୁହଁରେ ଚଢାଇ ଦେଲେ ଚକ, ଦେଖନ୍ତୁ ଏହାର ପୂରା ଭିଡିଓ

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ ୨୦।୦୧ :  ବର୍ତ୍ତମାନ ତ ସୋସିଆଲ ମିଡିଆର ଯୁଗ ଚାଲିଛି । ଯାହାକୁ ଦେଖିବ ସୋସିଆଲ ମିଡିଆରେ ନିଜକୁ ବ୍ୟସ୍ତ ରଖୁଛନ୍ତି । କିଏ ହ୍ବାଟ୍ଆପ୍‌, ଫେସବୁକ୍‌,ଇନଷ୍ଟା ତ ଆଉ କିଏ ଭିଡିଓ କରୁଛି । ଏହାରି ଭିତରେ ସମସ୍ତେ ଭିନ୍ନ ଭିନ୍ନ ଭିଡିଓ କରୁଥିବାର ନଜର ଆସିଛନ୍ତି କିଏ ନାଚୁଥିବା ବେଳେ କିଏ ବାଇକ୍‌ ହେଉ କି ସ୍କୁଟିରେ ଷ୍ଟଣ୍ଟ ଦେଖିବାକୁ ମିଳୁଛି । ଏବେ କା ଯୁବ ପିଢିଙ୍କୁ କିଛି ଲାଇକ୍ ଓ କମେଣ୍ଟ ପାଇଁ ବିପଦଜନକ ଷ୍ଟଣ୍ଟ୍ କରୁଛନ୍ତି । ଯାହାଫଳରେ ସେମାନେ ଭାଇରାଲ୍ ହେବା ସହ ଚର୍ଚ୍ଚାକୁ ଆସିପାରିବେ । କିନ୍ତୁ  ବେଳେବେଳେ ଷ୍ଟଣ୍ଟଗୁଡିକ ଏତେ ବିପଜ୍ଜନକ ପ୍ରମାଣିତ ହୁଏ ଯେ ଲୋକଙ୍କ ଜୀବନରେ କ୍ଷତି ହୋଇପାରେ । ଏବେ ସୋସିଆଲ ମିଡିଆରେ ଏପରି ଏକ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମାନେ ତାଜୁବ୍ ହୋଇଯିବେ । ଏଥିରେ ଜଣେ ଯୁବତୀ ସ୍କୁଟିରେ ଷ୍ଟଣ୍ଟ୍ ଦେଖାଉଥିବା ନଜର ଆସିଛନ୍ତି ।

wp:html
/wp:html

ତେବେ ଭାଇରାଲ ହୋଇଥିବା ଏହି ଭିଡିଓରେ, ଦୁଇ ଜଣ ଯୁବତୀ ଦୁଇଟି ସ୍କୁଟି ଧରି ଷ୍ଟଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ପରେ କ୍ୟାମେରାମ୍ୟାନ କୁହନ୍ତି ଯାଅ । ତା’ପରେ ହଠାତ୍ ଯୁବତୀ ଗାଡ଼ି ନିୟନ୍ତ୍ରଣ ବାହାରକୁ ଚାଲି ଯାଇ ସିଧା ସଳଖ ଗାଡ଼ି କ୍ୟାମେରାମ୍ୟାନ୍ ଙ୍କ ଉପରେ ମାଡ ହେଉଛି । ଜଣେ ମହିଳା ସ୍କୁଟି ସହିତ ଷ୍ଟଣ୍ଟ କରିବାକୁ ଚେଷ୍ଟା କରୁଥିବାବେଳେ କ୍ୟାମେରାମ୍ୟାନଙ୍କୁ ଆଘାତ ଦେଇଛନ୍ତି। ପରେ ମହିଳା ଜଣକ ତଳେ ପଡ଼ି ଯାଉଛନ୍ତି।

ଏହି ଭିଡିଓଟିକୁ ଦେଖିବା ପରେ ଲୋକମାନେ ନାନା ପ୍ରଶ୍ନ ଉଠାଉଛନ୍ତି ଯେ ସ୍କୁଟିକୁ ଗୋଟିଏ ଚକ ଉପରେ ଚଲାଇବା ପାଇଁ କ’ଣ ଆବଶ୍ୟକତା ଥିଲା । ଭିଡିଓଟି ଇନଷ୍ଟାଗ୍ରାମରେ bboyz.sbk ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ବର୍ତ୍ତମାନ ଏହି ଭିଡିଓଟିକୁ ୭୫ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.