ବସ୍ରେ ଚିତ୍କାର କରି କାନ୍ଦୁଥିଲା ଶିଶୁ, ପିଲା ଚୋର ସନ୍ଦେହରେ ମହିଳାଙ୍କୁ ପୋଲିସର ଜିମାଦେଲେ ଲୋକେ
10/12/2018 at 2:38 PM

କେନ୍ଦୁଝର ୧୦|୧୨: ଶିଶୁପୁତ୍ର ଚୋରି ଅଭିଯୋଗରେ ମହିଳା ଅଟକ । ଭଦ୍ରକ-କେନ୍ଦୁଝର ବସରେଚାରି ମାସର ଶିଶୁପୁତ୍ରକୁ ନେଇ ଜଣେ ମହିଳା ଯାତ୍ରା କରୁଥିଲେ । ଏହି ସମୟରେ ଶିଶୁ ପୁତ୍ରଟି ଦୀର୍ଘସମୟ ଧରି କାନ୍ଦୁଥିଲା । ମହିଳା ଜଣଙ୍କ ତାକୁ ଚୁପ୍ କରାଇ ପାରିନଥିଲେ । ବସରେ ଥିବା ଅନ୍ୟ ଯାତ୍ରୀଙ୍କସନ୍ଦେହ ହୋଇଥିଲା । ମହିଳାଙ୍କୁ ତାଙ୍କ ଠିକଣା ଓ ଶିଶୁପୁତ୍ର ସମ୍ପର୍କରେ ପଚାରିବାରୁ ସେ କୌଣସି ସଠିକ୍ ଉତ୍ତର ଦେଇ ପାରିନଥିଲେ । ଯାତ୍ରୀମାନେ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ । ଖପରାଖାଇ ଘସିପୁରାବସ୍ ଷ୍ଟାଣ୍ଡରେ ବସ୍ ପହଞ୍ଚିବା ପରେ ପୋଲିସ ସମ୍ପୃକ୍ତ ମହିଳା ଓ ଶିଶୁପୁତ୍ରକୁ ଥାନାକୁ ନେଇଛି । ଥାନାରେ ଡାକ୍ତର ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ଥାନାରେ ମହିଳାଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021