ଶୋଇଥିବା ଅବସ୍ଥାରେ ନିଜ ସ୍ବାମୀଙ୍କୁ ୧୧ଥର ଛୁରି ଭୁସି ହତ୍ୟା କଲେ ମହିଳା, ଜାଣନ୍ତୁ କାରଣ

Published By : Prameya-News7 Bureau | August 23, 2019 IST

ମୁମ୍ବାଇ୨୩|୮: ୩୬ ବର୍ଷ ବୟସ୍କ ସୁନୀଲ କଦମ୍‌ଙ୍କୁ ତାଙ୍କ ପତ୍ନୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରଥମେ ମହିଳା ଜଣକ ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେଇଥିଲେ । ପରବର୍ତ୍ତିୀ ମୂହୁର୍ତ୍ତରେ ମହିଳା ନିଜ ଭୁଲ ସ୍ବୀକାର କରିଛନ୍ତି ।

ମୁମ୍ବାଇ ସ୍ଥିତ ନାଲାସୋପାରା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ସୁନୀଲ ନିଜ ମାଆ-ବାପା, ପତ୍ନୀ ଓ ୨ ଝିଅଙ୍କ ସହ ରହୁଥିଲେ। ପୋଲିସର ସୂଚନା ଅନୁସାରେ ଗତକାଲି ରାତିରେ ସୁନୀଲଙ୍କର ତାଙ୍କ ସ୍ତ୍ରୀ ପ୍ରାଞ୍ଜଳିଙ୍କ ସହ ଝଗଡା ହୋଇଥିଲା। ତାପରେ ସୁନୀଲ ଶୋଇବାକୁ ଯାଇଥିଲେ ହେଲେ ପ୍ରାଞ୍ଜଳି ସେହି ସମୟରେ ରୋଷେଇ ଘରକୁ ଛୁରି ଆଣିବାକୁ ଯାଇଥିଲା। ତାଙ୍କ ସ୍ବାମୀ ଶୋଇବା ପରେ ସେ ବେଡରୁମ୍‌କୁ ଯାଇ ନିଜ ତାଙ୍କୁ ଛୁରୀରେ ୧୧ ଥର ଆକ୍ରମଣ କରିଥିଲେ ।

ଫଳରେ ଘଟଣା ସ୍ଥଳରେ ସୁନୀଲଙ୍କର ମୃତ୍ୟୁ ହୋଇଥିଲା। ପରେ ପ୍ରାଞ୍ଜଳି ଶାଶୁ ଶ୍ବଶୁର ଓ ୨ ଝିଅ ଶୋଇଥିବା ରୁମ୍ କୁ ପଳାଇଯାଇଥିଲେ । ସେଠାରେ ସେ ତାଙ୍କ ଶ୍ବଶୁରଙ୍କୁ କହିଥିଲେ ଯେ, ସୁନୀଲ ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାପା ପୋଲିସକୁ ଏ ସଂପର୍କରେ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।  

ହେଲେ ଜଣେ ବ୍ୟକ୍ତି ନିଜ ପେଟରେ ୧୧ ଥର ଛୁରୀ ଭୁସିବା ସମ୍ଭବ ମାତ୍ର ଛୁରୀ ଭୁସି ନିଜ ତଣ୍ଟି କାଟି ଆତ୍ମହତ୍ୟା କରିବାକୁ ପୋଲିସ ସନ୍ଦେହ କରିଥିଲା। ଏଥିପାଇଁ ପୋଲିସ ପ୍ରାଞ୍ଜଳିକୁ ପଚରାଉଚୁରା କରିଥିଲା । ଘଟଣାର ତଦନ୍ତ ପରେ ସୁନୀଲଙ୍କର ପରକୀୟା ସଂପର୍କ ଥିବା ପୋଲିସକୁ ଜଣା ପଡିଥିଲା । ଯେଉଁଥିପାଇଁ ପ୍ରାଞ୍ଜଳି ପ୍ରତିଶୋଧ ନେବା ଲାଗି ନିଜ ସ୍ବାମୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାପାଇଁ ଚେଷ୍ଟା କରିଥିଲେ । ଶେଷରେ ପୋଲିସ ପ୍ରାଞ୍ଜଳିକୁ ଗିରଫ କରିଛି ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.