Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଟିକା ନେବା ପରେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ, ଡାକ୍ତର କହିଲେ, ‘ଭ୍ୟାକସିନ୍‌ ସହ ନାହିଁ ସାମଞ୍ଜସ୍ୟ’

1/02/2021 at 4:57 PM

ହାଇଦ୍ରାବାଦ ୦୧/୦୨ : କୋଭିଡ୍‌-୧୯ ଟିକା ନେବା ପରେ ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ୫୫ ବର୍ଷୀୟା ମହିଳାଜଣକ ୧୧ ଦିନ ପୂର୍ବରୁ କରୋନା ଟିକା ନେଇଥିଲେ । ତେବେ ମହିଳାଙ୍କ ମୃତ୍ୟୁ ପରେ ତେଲେଙ୍ଗାନାରେ ଏପରି ୩ ଟି ମାମଲା ସାମ୍ନାକୁ ଆସିଛି । ପୂର୍ବରୁ ୨ ଜଣଙ୍କର ଟିକା ନେବା ପରେ ମୃତ୍ୟୁ ଘଟିଥିଲା ।

ସୂଚନା ଅନୁସାରେ ଉତ୍ତର ତେଲେଙ୍ଗାନାର ମଞ୍ଚେରିଆଲ୍ ଜିଲ୍ଲାରେ ଏହି ଘଟଣା ଘଟିଛି । ମୃତକ ମହିଳା ସ୍ବାସ୍ଥ୍ୟ କର୍ମୀଜଣକ ଗତ ୧୯ ତାରିଖରେ କାସିପେଟ୍‌ ହସ୍ପିଟାଲରେ କୋଭିଡ୍‌ ଟିକା ନେଇଥିଲେ । ଟିକା ନେବା ପରେ ସେ ଅସୁସ୍ଥ ଅନୁଭବ କରିବା ସହିତ ନିଃଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ନିମସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗତ ୩୦ ଜାନୁୟାରୀରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହା ପ​‌ରେ ପରିବାର ଲୋକେ, ଟିକା ନେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିଲେ । କିନ୍ତୁ ଅନ୍ୟ ସମସ୍ୟା ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସା କରୁଥିବା ଡାକ୍ତର ଜି. ଶ୍ରୀନିବାସ ରାଓ କହିଛନ୍ତି ।

ଡାକ୍ତର ଜି. ଶ୍ରୀନିବାସ ରାଓ କହିଛନ୍ତି, ମୃତକ ମହିଳାଙ୍କର ଫୁସ୍‌ଫୁସ୍‌ ଜନୀତ ରୋଗ ଥିଲା । ଏଡା ସହିତ ତାଙ୍କର ବାମ ଭେଣ୍ଟ୍ରିକୁଲାର ବିଫଳତା ସହିତ ତ୍ୱରିତ ଉଚ୍ଚ ରକ୍ତଚାପ ଥିଲା । ଏହା ପୂର୍ବରୁ ତେଲେଙ୍ଗାନା​‌ରେ ଜଣେ ୪୨ ବର୍ଷିୟ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଜଣେ ୪୫ ବର୍ଷିୟ ସ୍ବାସ୍ଥ୍ୟ କର୍ମୀଙ୍କର ମୃତ୍ୟୁ ଘଟିଥିଲା ।

   Related Posts