ଚଳନ୍ତା ବସରୁ ବାନ୍ତି କରିବା ପାଇଁ ମୁଣ୍ଡ ବାହାରକୁ କାଢ଼ିଲେ ମହିଳା; ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ମୁଣ୍ଡ ଗଣ୍ଡି ହୋଇଗଲା ଅଲଗା

Published By : Prameya-News7 Bureau | January 19, 2019 IST

ଛତ୍ରପୁର ୧୯/୧ : ମଧ୍ୟ ପ୍ରଦେଶ ପନ୍ନା ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି | ବସରେ ଯାତ୍ରା କରୁଥିବା ଜଣେ ମହିଳା ବସ ଝରକା ପରେ ମୁଣ୍ଡ ବାହାରକୁ ବାହାର କରିବା ଯୋଗୁଁ ଏକ ବଡ ଧରଣର ଦୁର୍ଘଟଣା ହୋଇଛି | ମହିଳା ସେହି ସିଟରେ ଅନ୍ୟ ଜଣେ ମହିଳାଙ୍କ ସହ ବସିଥିଲେ | ତାଙ୍କୁ ବାନ୍ତି ଲାଗିବାରୁ ସେ ପାଖରେ ଥିବା ମହିଳାଙ୍କୁ ସିଟ ବଦଳାଇବାକୁ କହିଥିଲେ | ପାଖରେ ଥିବା ମହିଳା ତାଙ୍କ ସିଟ ଚଡି ଭିତର ପଟକୁ ବସିଥିଲେ | ମହିଳା ଜଣକ ବାନ୍ତି କରିବା ପାଇଁ ଯେମିତି ଝରାକୁ ପଟୁ ମୁଣ୍ଡ ବାହାରକୁ କଲେ ତାଙ୍କ ମୁଣ୍ଡ ହଠାତ କଟିଯାଇ ବାହାରେ ପଡିଗଲା |

ସୂଚନାଯୋଗ୍ୟ ଯେ, ସତନାରୁ ଛତ୍ରପୁର ଯାଉଥିବା ବସରେ ଯାତ୍ରା କରୁଥିବା ମହିଳାଙ୍କର ଗତକାଲି ଭୟଙ୍କର ମୃତ୍ୟୁ ହୋଇଛି | ବାନ୍ତି ଲାଗିବାରୁ ମହିଳା ମୁଣ୍ଡ ବାହାରକୁ କରିଥିଲେ | ଠିକ ସେତିକିବେଳେ ବସ ଇଲେକ୍ଟ୍ରି ଖୁଣ୍ଟ ଦେଇ ଗତି କରୁଥିଲା | ପନ୍ନା ସ୍ଥିତ ବିଜ୍ଞାନ କଲେଜ ସମ୍ମୁଖରେ ମହିଳାଙ୍କ ମୁଣ୍ଡ ଇଲେକ୍ଟ୍ରି ଖୁଣ୍ଟରେ ବଦେଇହେବ ଯୋଗୁଁ ତାଙ୍କ ମୁଣ୍ଡ କଟିଯାଇଥିଲା | କ୍ଷଣକେ ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା | ମୁଣ୍ଡ ବାହାରେ ପଡିଥିବାବେଳେ ମହିଳାଙ୍କ ଗଣ୍ଡି ବସ ସିଟରେ ରହିଥିଲା |

ସୂଚନାଯୋଗ୍ୟ ଯେ, ୫୦ ବର୍ଷ ବୟସ୍କା ଆସାରାଣୀ ଖାରେ ପନ୍ନା ଜିଲ୍ଲାର ବକ୍ସବାହାରେ ରୁହନ୍ତି | ଗତକାଲି ସେ ଛତ୍ରପୁର ଯାଉଥିଲେ | ପନ୍ନା ପାଖରେ ବସ ବୁଲିଲା ବେଳକୁ ମହିଳା ମୁଣ୍ଡ ବାହାରକୁ କଢ଼ାଇଥିଲେ ଏବଂ ଇଲେକ୍ଟ୍ରି ଖୁଣ୍ଟରେ ତାଙ୍କ ମୁଣ୍ଡ କଟିଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.