ନାତୁଣୀଙ୍କୁ ଯୌନ ନିର୍ଯାତନାରୁ ବଞ୍ଚାଇବାକୁ ଯାଇ ଗଲା ଜେଜେମାଙ୍କ ପ୍ରାଣ, ଗଳା କାଟିଦେଲା ଦୁର୍ବୃତ୍ତ

Published By : Prameya-News7 Bureau | March 07, 2020 IST

ମୁର୍ସିଦାବାଦ ୭।୩: ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ବରହମପୁରରେ ଜଣେ ୬୨ ବର୍ଷ ବୟସ୍କା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନାବାଳିକାଙ୍କୁ ଯୌନ ନିର୍ଯାତନାରୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ।ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି ।

ସୂଚନାଯୋଗ୍ୟ ଯେ, ୧୫ ବର୍ଷର ନାବାଳିକା ତାଙ୍କ ଜେଜେମା’ଙ୍କ ସହ ରହୁଥିଲା । ତାଙ୍କ ବାପା-ମା’ଙ୍କର ବର୍ଷେ ପୂର୍ବରୁ ମୃତ୍ୟୁ ହୋଇଥିବା ଯୋଗୁଁ ସେ ତାଙ୍କ ଜେଜେମାଙ୍କ ସହ ରହୁଥିଲେ । ସ୍ଥାନୀୟ ଲୋକମାନେ ପୋଲିସକୁ କହିଛନ୍ତି ଯେ, ୩୭ ବର୍ଷ ବୟସ୍କ ଅଭିଯୁକ୍ତ ନାବାଳିକାଙ୍କୁ ଅନେକ ଥର ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ।

ନାବାଳିକାଙ୍କୁ ସୁରକ୍ଷା ଦେବା ପାଇଁ ମହିଳା ଜଣଙ୍କ ଘର ବାହାରେ ତାଲା ପକାଇ ଦେଉଥିଲେ । ବୁଧବାର ରାତିରେ ଅଭିଯୁକ୍ତମାନେ ଘର ଭିତରକୁ ଯିବାକୁ ଚେଷ୍ଟା କରିଥିଲେ। ମହିଳା ଜଣଙ୍କ ତାଙ୍କୁ ଘର ବାହାରୁ ତାଲା ପକାଇ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ ସେତେବେଳେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କୁ ଟାଣି ନେଇ ତାଙ୍କ ଗଳା କାଟି ହତ୍ୟା କରିଥିଲେ।

ହତ୍ୟା ପରେ ସଂପୃକ୍ତ ବ୍ୟକ୍ତି ସ୍ଥାନ ଛାଡି ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.