ବ୍ଲାଉଜରେ ଗଳା ଚାପି ଶାଶୁଙ୍କୁ ହତ୍ୟା କଲା ବୋହୂ, ମୃତଦେହ ଲୁଚାଇବାରେ ସାହାଯ୍ୟ କରିଥିଲା ପୁଅ

Published By : Prameya-News7 Bureau | May 24, 2021 IST

ପୁଣେ ୨୪।୫: ଶାଶୁଙ୍କ ଗଳା ଚିପି ହତ୍ୟା କଲା ବୋହୂ । ପୁଣେରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୨୨ ବର୍ଷ ବୟସ୍କା ଜଣେ ମହିଳା ତାଙ୍କ ଶାଶୁଙ୍କୁ ବ୍ଲାଉଜରେ ଗଲାଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ଏହାପରେ ସ୍ବାମୀଙ୍କ ସହାୟତାରେ ମୃତଦେହକୁ ଅଖା ଭିତରେ ରଖି ଲୁଚାଇବାକୁ ଉଦ୍ୟମ କରିଥିଲେ ।

ସୂଚନାଯୋଗ୍ୟ ଯେ, ମେ’ ୨୧ ତାରିଖରେ ତାଲେଗାଓଁ ଦଭାଡେ ସ୍ଥିତ ଏକ ହାଉସିଂ ସୋସାଇଟିରେ ଏହି ଘଟଣା ଘଟିଥିଲା । ଏହି ଦମ୍ପତ୍ତି ଅଖାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ କିଛି ପଡୋଶୀ ସେମାନଙ୍କୁ ଦେଖିଥିଲେ । ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ୨୨ ବର୍ଷ ବୟସ୍କା ପୂଜା ସିନ୍ଦେ ଏବଂ ୨୯ ବର୍ଷ ବୟସ୍କ ମିଲିନ୍ଦ ସିନ୍ଦେ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ମୃତ ମହିଲା ଜଣଙ୍କ ବେବି ସିନ୍ଦେ ବୋଲି ଜଣାପଡିଛି ।

ଘଟଣା ଦିନ ପୂଜା ଏବଂ ବେବିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ସେତେବେଳେ ଦୁହେଁ ଘରେ ଏକୁଟିଆ ଥିଲେ । ମହିଳା ଜଣଙ୍କ ବ୍ଲାଉଜରେ ଶାଶୁଙ୍କ ଗଳା ଚିପି ଅଖାରେ ଭର୍ତ୍ତି କରି ବାଲକୋନିରେ ରଖିଥିଲେ । ଯେତେବେଳେ ଅଖାରୁ ଦୁର୍ଗନ୍ଧ ବାହାରିବାକୁ ଲାଗିଲା ସେତେବେଳେ ଏମାନଙ୍କ ଉପରେ ପଡୋଶୀମାନେ ସନ୍ଦେହ କରିବା ଆରମ୍ଭ କରିଥିଲେ ।

ପୂୂଜା ଏବଂ ମିଲିନ୍ଦ ମୃତଦେହକୁ ନିକଟସ୍ଥ ବୁଦା ଭିତରେ ଲୁଚାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ କିଛି ପଡୋଶୀ ସେହି ସମୟରେ ପୋଲିସକୁ ଖବର ଦେଇଦେଇଥିଲେ । ପୋଲିସ ଏହି ଘଟଣା ସହ ଜଡିତ ସିସିଟିଭି ଫୁଟେଜ ଜବତ କରିଛି ଯେଉଁଥିରେ ଏହି ଦମ୍ପତ୍ତି ଅଖାକୁ ଲୁଚାଇବାକୁ ଉଦ୍ୟମ କରୁଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.