ବଧୂ ହତ୍ୟା ଅଭିଯୋଗ : ସ୍ବାମୀ, ଶ୍ବଶୁରଙ୍କୁ କୋର୍ଟଚାଲାଣ କଲା ପୋଲିସ

Published By : Prameya-News7 Bureau | December 01, 2021 IST

ସାଲେପୁର ୧।୧୨: ସାଲେପୁର କିଶନନଗର ଥାନା ଅନ୍ତର୍ଗତ ହୋଲିପୁର ଗ୍ରାମର ରବୀନ୍ଦ୍ର ବେହେରାଙ୍କ ସାନ ପୁଅ ବସନ୍ତ ବେହେରାଙ୍କ ସହିତ କିଶନ ନଗର ଥାନା ଅନ୍ତର୍ଗତ ଓଡ଼ିକିମିରା ଗ୍ରାମର ଅନନ୍ତ ଦାସଙ୍କ ସାନ ଝିଅ ଲିଲି ବେହେରାଙ୍କ ବୈଦିକ ରୀତିରେ ତିନି ବର୍ଷ ପୂର୍ବେ ବିବାହ ହୋଇଥିଲା । ବିବାହ ହେବାର ୪ ମାସ ପର୍ଯ୍ୟନ୍ତ ଘର ସଂସାର ଠିକ୍ ଚାଲିଥିଲା ।

ପରେ ବସନ୍ତ ମଦ୍ୟପାନ କରି ଯୌତୁକ ଆଣିବା ପାଇଁ ଲିଲି ବେହେରାଙ୍କୁ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ। ଏମିତିକି ପୁଅ ହେଲା ପରେ ବି ବସନ୍ତଙ୍କର ସ୍ବଭାବରେ କୌଣସି ପରିବର୍ତ୍ତନ ଘଟିନଥିଲା। କିଛି ଦିନ ତଳେ ବସନ୍ତ ମାରପିଟ କରି ଲିଲିକୁ ତାଙ୍କ ବାପଘରକୁ ପଠାଇ ଦେଇଥିଲେ । ପରେ ଆପୋଷ ସମାଧାନ କରି ବସନ୍ତ ଲିଲିକୁ ସାଙ୍ଗରେ ତାଙ୍କ ଘରକୁ ଆଣିଥିଲେ । ହଠାତ ମଙ୍ଗଳବାର ସନ୍ଧ୍ୟାବେଳେ ବସନ୍ତ ପୁନର୍ବାର ମୋ ଝିଅ ସହିତ ଝଗଡା କଲେ ।

ଶାଶୁ, ଶ୍ବଶୁର, ଦେଢଶୁର ମିଶିକି ମାରପିଟି କରି ମାରିଦେବାର ଅଭିଯୋଗ ଥାନାରେ ହେବା ପରେ ମୃତ ଲିଲିର ଶବକୁ ପୋଲିସ ପୋଷ୍ଟମର୍ଟମ କରିବାକୁ ପଠାଇବା ସହିତ କେସ୍ ନମ୍ବର(୧୯୭/୨୧) ମାମଲା ରୁଜୁ କରି ଦଫା ୪୯୮-ଏ, ୩୦୨, ୩୦୪ବି, ୩୪, ୪ରେ ମୃତ ଲିଲି ବେହେରାଙ୍କ ସ୍ବାମୀ ବସନ୍ତ ବେହେରା, ଶ୍ବଶୁର ରବୀନ୍ଦ୍ର ବେହେରାଙ୍କୁ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.