ମୋବାଇଲ୍ ଫୋନ୍ ଦେଖି ଦେଖି ପ୍ଲାଟଫର୍ମରୁ ଟ୍ରେନ ଆଗରେ ଟ୍ରାକ ଉପରକୁ ଖସି ପଡିଲେ ମହିଳା, ଦେଖନ୍ତୁ ଭିଡିଓ
4/11/2019 at 4:55 PM

ରିଅଲମାଡ୍ରିଡ୍ – ସ୍ପେନ୍ର ବ୍ୟସ୍ତ ବହୁଳ ମାଡ୍ରିଡ୍ ମେଟ୍ରୋ ଷ୍ଟେସନରେ ଜଣେ ମହିଳା ଯାତ୍ରୀ ନୂଆ ଜୀବନ ପାଇଛନ୍ତି । ସେ ମୋବାଇଲ୍ ଦେକିବାରେ ଏତେ ବ୍ୟସ୍ତ ଥିଲେ ଯେ ପ୍ଲାଟଫର୍ମର ପିଣ୍ଡି ଶେଷ ହୋଇ ଗଲାଣି ବୋଲି ଜାଣି ପାରି ନଥିଲେ । ରେଳ ଧାରଣା ଉପରେ ଥିବା ଏକ ମେଟ୍ରୋ ଟ୍ରେନ ଆଗକୁ ଖସି ପଡିଥିଲା ।
ସୌଭାଗ୍ୟ ବଶତଃ ଟ୍ରାକରେ ଆସୁଥିବା ଟ୍ରେନଟି ସେଠାରେ ଅଟକି ଯାଇଥିଲା । ଅନ୍ୟଯାତ୍ରୀ ଓ ମେଟ୍ରୋ କର୍ତ୍ତୃପକ୍ଷ ମହିଳାଙ୍କୁ ଧାରଣା ଉପରୁ ଉଦ୍ଧାର କରିଥିଲେ । ସେ ଅଳ୍ପମାତ୍ରେରେ ଆହତ ହୋଇଛନ୍ତି । ସିସିଟିଭିରେ କଏଦ୍ ହୋଇଥିବା ଏହି ଭିଡିଓକୁ ଷ୍ଟେସନ କର୍ତ୍ତୃପକ୍ଷ ସୋସିଆଲ୍ ମଡିଆରେ ଶେୟାର କରିବା ସହ ଅନ୍ୟ ଯାତ୍ରୀମାନେ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।
Related Posts
କଙ୍ଗନାଙ୍କୁ ମୁମ୍ୱାଇ ପୋଲିସ୍ର ସମନ୍, ଶୁକ୍ରବାର ଥାନାରେ ହାଜର ହୁଅ
21 January 2021