ବିବାହିତା ମହିଳା ୧୬ଜଣ ପୁରୁଷଙ୍କ ସହ ରଖିଥିଲେ ସମ୍ପର୍କ : ଚ୍ୟାଟ୍ ଭାଇରାଲ୍ କଲେ ସ୍ବାମୀ

Published By : Prameya-News7 Bureau | January 13, 2020 IST

ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ପ୍ରତାରଣାର ଏପରି ପ୍ରତିଶୋଧ ନେଇଛନ୍ତି ଯେ ଏହାର ଚର୍ଚ୍ଚା ଚାରିଆଡ଼େ ହେଉଛି। ଘଟଣାଟି ଘଟିଛି ଜିମ୍ବାଓ୍ବେର ହରାରେ ଅଞ୍ଚଳର। ଏର୍କରିଡାଇସ୍ ମକୋମୋ ଏବଂ ମୁନଶେ ଚାରଲେନ୍ ନେକୁବଙ୍କ ବିବାହକୁ ୪ବର୍ଷ ହୋଇଯାଇଥିଲା।

ମକୋମୋ କିଛି ଦିନ ହେବ ତାଙ୍କ ସ୍ତ୍ରୀଙ୍କ ଆଚରଣକୁ ସନ୍ଦେହ କରୁଥିଲେ। ତାଙ୍କ ସ୍ତ୍ରୀ ପେଟ ଯନ୍ତ୍ରଣା ହେବା କଥା କହି କିଛି ଦିନ ହେବ ତାଙ୍କୁ ଶାରିରୀକ ସମ୍ପର୍କ ସ୍ଥାପନ କରିବାକୁ ପନା କରି ଆସୁଥିଲେ।

ଏସବୁ ପାଇଁ ମକୋମୋ ସବୁବେଳେ ଚିନ୍ତାରେ ରହୁଥିଲେ। ହଠାତ୍ ଦିନେ ତାଙ୍କ ହାତରେ ସ୍ତ୍ରୀଙ୍କ ମୋବାଇଲ୍ ଆସି ଯାଇଥିଲା। ତାଙ୍କ ଫୋନ୍ ଦେଖି ମକୋମୋଙ୍କ ହୋସ ଉଡ଼ିଯାଇଥିଲା।

ସ୍ତ୍ରୀଙ୍କ ଫୋନ୍ ଦେଖି ମକୋମୋ ଜାଣିବାକୁ ପାଇଥିଲେ ଯେ ତାଙ୍କର ୧୬ଜଣ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରହିଛି। ପତ୍ନୀଙ୍କ ଫୋନରେ ଅଶ୍ଳୀଳ ଚାଟ୍ ଏବଂ ଅଶ୍ଳୀଳ ଫଟୋ ଭର୍ତ୍ତି ହୋଇଥିବା ଦେଖି ସେ ବହୁତ କଷ୍ଟରେ ନିଜକୁ ସମ୍ଭାଳିଥିଲେ।

ହ୍ବାଟସଆପରୁ ମକୋମୋ ଜାଣି ପାରିଥିଲେ ଯେ ସେ କାମରେ ବାହାରକୁ ଯାଇଥିବାବେଳେ ତାଙ୍କ ପତ୍ନୀ ତାଙ୍କର ଜଣେ ବୟଫ୍ରେଣ୍ଡଙ୍କ ସହ ୩ଦିନ ବିତାଇଥିଲେ।

ଏସବୁ ଜାଣି ମକୋମୋଙ୍କୁ ଏତେମାତ୍ରାରେ ଧକ୍କା ଲାଗିଥିଲା ଯେ ସେ ତାଙ୍କୁ ଶିକ୍ଷା ଦେବାକୁ ଚାହିଁଥିଲେ। ମକୋମୋ ତାଙ୍କ କାହାଣୀ ନେଇ ଏକ ପବ୍ଲିକେସନ ହାଉସ୍ ଯାଇଥିଲେ।

ମକୋମୋ ତାଙ୍କ ଦୁଃଖଭରା କାହାଣୀ ଅନଲାଇନ୍ ପବ୍ଲିକେସନ ହାଉସ୍ ଆଗରେ କହିଥିଲେ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ସହ ଛାପିବାକୁ କହିଥିଲେ।

ଏକଥା ଜାଣିବା ପରେ ମକୋମୋଙ୍କ ପତ୍ନୀ ବହୁତ ଗଣ୍ଡଗୋଳ ସୃଷ୍ଟି କରିଥିଲେ ଏବଂ ବହୁତ କଥା ନିଜ ସଫାଇରେ କହିବାକୁ ଉଦ୍ୟମ କରିଥିଲେ।

{"id":210630,"width":585,"height":569,"sizeSlug":"large"}

ମକୋମୋ ପ୍ରତାରଣାର ଶିକାର ହୋଇ ତାଙ୍କ ପତ୍ନୀଙ୍କ ୧୬ଜଣଙ୍କ ସହ ହୋଇଥିବା ଚ୍ୟାଟକୁ ମଧ୍ୟ ଲିକ୍ କରି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.