ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ଵାମୀକୁ ଅଟକ ରଖି ପୋଲିସର ପଚରାଉଚରା

Published By : Prameya-News7 Bureau | March 24, 2020 IST

ସାଲେପୁର ୨୪।୩: ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଫ୍ୟାନ୍ ରେ ଲୁଗା ଲଗାଇ ମହିଳା ଜଣଙ୍କ ଝୁଲିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଲୁଣାହାର ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଲୁଣାହାର ଗ୍ରାମର ପ୍ରେମାନନ୍ଦ ମଲ୍ଲିକଙ୍କ ପତ୍ନୀ ଅଞ୍ଜଳି ସାହୁ । ପାରିବାରିକ କଳହକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

{"id":243331,"sizeSlug":"large"}

ମହିଳାଙ୍କ ଭାଇ ସାଲେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଚଳାଇଛି । ଏ ନେଇ ମୃତ ମହିଳାଙ୍କ ସ୍ଵାମୀକୁ ପୋଲିସ ପଚରାଉଚରା କରୁଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.