ଗାଁ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର

Published By : Prameya-News7 Bureau | September 18, 2021 IST

ଯାଜପୁର ୧୮।୯: ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ପଣସା ପଂଚାୟତ ଅନ୍ତର୍ଗତ ପାଟପୁର ରଘୁନାଥପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁ ନିକଟ ଗଛରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗଛରେ ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀ ଯାଜପୁର ଟାଉନ ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

{"id":513497,"width":753,"height":414,"sizeSlug":"full","linkDestination":"none"}

ମୃତ ମହିଳା ଜଣେ ଆଦିବାସୀ ସମ୍ପ୍ରଦାୟର ସୁରବାଲି ବାବୁ ଖାଙ୍କ ସ୍ତ୍ରୀ ଚତର ବୋଲି ଜଣାପଡିଛି । ମୃତ ମହିଳାଙ୍କ ବାପା ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କଲା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.