ଶାଢୀ କିଣିବାକୁ ସ୍ବାମୀଙ୍କୁ ମାଗିଲେ ୫ ହଜାର, ନଦେବାରୁ ଗଛରେ ଶାଢୀ ବାନ୍ଧି ଝୁଲିପଡିଲେ ସ୍ତ୍ରୀ !

Published By : Prameya-News7 Bureau | April 06, 2021 IST

ଘଟଗାଁ ୬।୪: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ମନୋହରପୁର ପଞ୍ଚାୟତର ଚକ୍ରଧରପୁର ଗାଁର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗାଁର ପ୍ରଦୀପ କୁମାର ମହାରଣାଙ୍କ ସ୍ତ୍ରୀ ସୀମା ମହାରଣା ବେକରେ ନିଜ ଲୁଗା ବାନ୍ଧି ଏକ ବରଗଛ ଡାଳରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ମନୋହରପୁର ପଞ୍ଚାୟତର ଚକ୍ରଧରପୁର ଗାଁର ଏକ ଦମ୍ପତ୍ତି ନିଜ ଦୁଇ ବର୍ଷ ଝିଅର ଦେହ ଅସୁସ୍ଥ ଥିବାରୁ ହରିଚନ୍ଦନପୁର ମେଡିକାଲକୁ ନେଇ ଯାଇଥିଲେ । ଡାକ୍ତରଙ୍କୁ ଦେଖାଇ ଫେରିଲା ସମୟରେ ସ୍ତ୍ରୀ ସୀମା ଏକ ଶାଢୀ କିଣିବା କହି ସ୍ବାମୀଙ୍କୁ ୫ ହଜାର ଟଙ୍କା ମାଗିଥିଲେ । ପ୍ରଦୀପ ଏତେ ପଇସା ନାହିଁ ପରେ ନେବା କହିବାରୁ ସୀମା ଝିଅକୁ ଧରି ସାଇକେଲରେ ନଯାଇ ଚାଲିଚାଲି ଆସିଥିଲେ । ଘର ପାଖାପାଖି ହୋଇଯିବାରୁ ପ୍ରଦୀପ ଆଗରେ ଘରକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ସୀମା ଝିଅକୁ ଗଛ ମୂଳରେ ଛାଡି ବେକରେ ଫାଶି ଲଗାଇଥିଲେ । ପରେ ସୀମାଙ୍କ ମୃତ୍ୟୁ ଖବର ପାଇ ପ୍ରଦୀପ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ହରିଚନ୍ଦନପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.