Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଉଦ୍ଧାର ହେଲା ଝୁଲନ୍ତା ମୃତଦେହ

12/06/2021 at 2:56 PM

ଢେଙ୍କାନାଳ ୧୨।୬: ଢେଙ୍କାନାଳ ଜିଲ୍ଲା ଶିଳ୍ପାଞ୍ଚଳ କଣ୍ଟାବଣିଆର ଏକ ହଣ୍ଟିଂ ଜୋନରୁ ସନ୍ଦେହଜନକ ଭାବେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ମହିଳା ଜଣଙ୍କ ପାଲଲହଡ଼ା ଘୋଡାପଦାର ଲକ୍ଷ୍ମୀ ପୂର୍ତ୍ତି ବୋଲି ଜଣାପଡିଛି । ଘଟଣାସ୍ଥଳରେ କଣ୍ଟାବଣିଆ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ମୃତ ଲକ୍ଷ୍ମୀ ଦେବଗଡ଼ର ଅଜୟ କିଷାନ ନାମକ ଜଣେ ଡ୍ରାଇଭରଙ୍କ ରକ୍ଷିତା ଭାବେ ଏହି ହଣ୍ଟିଂ ଜୋନରେ ରହୁଥିଲେ । ଅଜୟ କଣ୍ଟାବଣିଆ ଅଞ୍ଚଳରେ ରହି ଏକ ଟ୍ରକ ଡ୍ରାଇଭିଂ କରନ୍ତି । ତେବେ ଶନିବାର ସକାଳୁ ଲକ୍ଷ୍ମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ନେଇ ଅଜୟଙ୍କ ଉପରେ ସନ୍ଦେହ କରିଛି ପୋଲିସ । ଫଳରେ ଅଜୟକୁ ଅଟକ ରଖି କଣ୍ଟାବଣିଆ ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts