Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ପଣସ ଗଛରେ ଝୁଲୁଥିଲା ମୃତଦେହ

14/09/2020 at 10:14 PM

ବ୍ରହ୍ମପୁର, ୧୪|୦୯:  ପଣସ ଗଛରେ ଝୁଲୁଛି ମହିଳାଙ୍କ ମୃତଦେହ । କେହି ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି ।  ଏଭଳି ଅଘଟଣ ଘଟିଛି ବ୍ରହ୍ମପୁରର ରମ୍ଭା ଥାନା ଅଞ୍ଚଳର ପାଳଙ୍ଗ ପଞ୍ଚାୟତର ନିମଶାଳା ଗ୍ରାମର ୮ ନମ୍ବର ଓ୍ବାର୍ଡରେ। ମୃତକ ମହିଳାୟ ଜଣକ ହେଉଛନ୍ତି ୩୫ ବର୍ଷୀୟ ରମା ପ୍ରଧାନ।

ତେବେ ନିମଶାଳା ଗ୍ରାମର ନିଜ ଶଶୁର ଘରର ସାମ୍ନାରେ ଥିବା ସହଦେଵ ପ୍ରଧାନଙ୍କ ପୁଅ ବିଜୟ ପ୍ରଧାନ(ଛୋଟା)ଙ୍କ ସହ ଦୀର୍ଘ ପାଞ୍ଚ ବର୍ଷ ଧରି ମହିଳାଙ୍କ ଅନୈତିକ ପ୍ରେମ ସମ୍ପର୍କ ଥିବା ଜଣାପଡିଛି। ଏପରିକି ମହିଳା ଜଣଙ୍କୁ ଦୁଷ୍କର୍ମ କରି ଏକ ପଣସ ଗଛରେ ଖଦି ସାହାଯ୍ୟରେ ଝୁଲାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ରମ୍ଭା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମୃତ ରମା ପ୍ରଧାନଙ୍କ ସ୍ୱାମୀ ରାମ ପ୍ରଧାନ ବାରମ୍ବାର ନିଜ ସ୍ତ୍ରୀକୁ ଏବଂ ପ୍ରେମିକ ବିଜୟ ପ୍ରଧାନକୁ ବିରୋଧ କରି ଏହି କାର୍ଯ୍ୟରୁ ନିବୃତ ହେବା ପାଇଁ କହି ଆସୁଥିଲେ। କିନ୍ତୁ ପ୍ରେମିକ ବିଜୟ ପ୍ରଧାନ ରାମ ପ୍ରଧାନକୁ ଧମକ ଚମକ ଦେଇ ଆସୁଥିବା ଗ୍ରାମବାସୀ କହିଛନ୍ତି। ଏହି ମାମଲାର ସମାଧାନ ପାଇଁ ରବିବାର ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ଗ୍ରାମୀୟ ସଭାର ଆୟୋଜନ ହୋଇଥିଲା। ସେହି ସଭାରେ ଡକାରା ଆସିଥିବା ବିଜୟ ପ୍ରଧାନ,ରମା ପ୍ରଧାନ ସମେତ ବିଜୟଙ୍କ ବାପା ସହଦେଵ, ଅନୁପସ୍ଥିତ ଥିଲେ। ସଭା ତରଫରୁ ରାତ୍ର ପ୍ରାୟ ୧୧ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରାଯାଇଥିଲ। କିନ୍ତୁ ସେମାନେ ଆସି ନଥିଲେ। ସୋମବାର ସକାଳେ ବିଲକୁ କାମ କରିବାକୁ ଆସୁଥିବା ଶ୍ରମିକମାନେ ରମା ପ୍ରଧାନଙ୍କ ପଣସ ଗଛରେ ଝୁଲନ୍ତା ଶବକୁ ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ।

ଗାଁ ଲୋକ ରମାର ମୃତଦେହକୁ ଦେଖି ରମ୍ଭା ପୋଲିସକୁ ଜଣାଇଥିଲେ। ରମ୍ଭା ଥାନାର ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ, ଏସ ଆଇ ସଂଗ୍ରାମ ଦେୱରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ପରେ ପରେ ଛତ୍ରପୁର ଏସଡିପିଓ ଗୌତମ କିଷାନ ସମେତ ଏକ ଆପିଏସ ଅଧିକାରୀ,ସାଇଣ୍ଟିଫିକ ଟିମ ପହଞ୍ଚିଥିଲେ। ମହିଳାଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ଛତ୍ରପୁରକୁ ପଠାଯାଇଛି ।ଦୁଷ୍କର୍ମ କରି ହତ୍ୟା କରାଯାଇଥିବାର ସନ୍ଦେହ କରୁଛି ପୋଲିସ।

ରମ୍ଭା ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ସନ୍ଦେହରେ ବିଜୟ ପ୍ରଧାନ,ସହଦେଵ ପ୍ରଧାନ,ବୁଲୁ ପ୍ରଧାନ,ଯଦୁମଣି ପ୍ରଧାନ,ଗାଣ୍ଡୁ ପ୍ରଧାନଙ୍କୁ ଅଟକ ରଖି ପଚାରା ଉଚାର ଜାରି ରଖିଛି। ମୃତ ମହିଳାଙ୍କ ସ୍ୱାମୀ ରାମ ପ୍ରଧାନ, ପାଳଙ୍ଗ ପଞ୍ଚାୟତର ସରପଞ୍ଚ ଓ ନିମଶୂଳା ଗ୍ରାମବାସୀମାନେ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଈଁ ଦାବି କରିଛନ୍ତି।

   Related Posts