ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ; ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ

Published By : Prameya-News7 Bureau | February 05, 2019 IST

ଟାଙ୍ଗୀ ୫|୧: ଯୌତୁକ ଜୁଇରେ ଜଳିଲା ଆଉ ଜଣେ ମହିଳା । ପ୍ରେମ ବିବାହ ଶେଷରେ ପାଲଟିଲା କାଳ। କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଭଟିମୁଣ୍ଡା ଗ୍ରାମରେ ପ୍ରେମବିବାହକରି ଶେଷରେ ଯୌତୁକ ଜୁଇରେ ଜଳିଛି ଟିକିଲି ସାହୁ। ମହିଳାଙ୍କ ମୃତଦେହ ସେ ରହୁଥିବା ଭଡାଘରୁ ଫ୍ୟାନ୍ ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଥିବା କ୍ଷତ ଚିହ୍ନରୁ ହତ୍ୟାକରି ତାକୁ ଝୁଲାଇ ଦିଆଯାଇଥିବା ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି।

ଗତ ୯ବର୍ଷ ତଳେ ମୃତକା ଟିକିଲି ଭାଟିମୁଣ୍ଡା ଗ୍ରାମର ତାରକାନ୍ତ ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ଭିନ୍ନ ଜାତିର ହୋଇଥିବାରୁ ଶେଷରେ ଗ୍ରାମ ଛାଡି ନିକଟସ୍ଥ ଟିକରା ଗ୍ରାମରେ ଭଡା ଘରେ ରହୁଥିଲେ। ପେଷାରେ କାଠ ମିସ୍ତ୍ରୀ ଥିବା ତାରକାନ୍ତ ଅନେକ ସମୟରେ ଯୌତୁକ ଆଣିବାକୁ ଟିକିଲି ଉପରେ ଚାପ ପକାଇବା ସହ ଅନେକ ନିର୍ଯାତନା ଦେଉଥିଲେ ବୋଲି ଟିକିଲିଙ୍କ ଭାଇ କହିଛନ୍ତି। ପୋଲିସ ଟିକିଲିଙ୍କ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଟିକିଲିଙ୍କ ଦୁଇ ନାବାଳକ ପୁଅ ଓ ଝିଅଙ୍କ ଉପସ୍ଥିତିରେ ତାରକାନ୍ତ ଏକ ଠେଙ୍ଗାରେ ଟିକିଳିଙ୍କୁ ପିଟି ହତ୍ୟା କରିଥିବା ସେମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.