ଫେରାର ହୋଇଯାଇଥିବା ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ଥାନାରେ ବାହା କରାଇଥିଲା ପୋଲିସ : ଶାଶୁଘରୁ ଉଦ୍ଧାର ହେଲା ନବବଧୂର ଝୁଲନ୍ତା ଶବ, ହତ୍ୟା ଅଭିଯୋଗ…

Published By : Prameya-News7 Bureau | August 21, 2019 IST

ପଟ୍ଟାମୁଣ୍ଡାଇ ୨୧|୮: କେନ୍ଦ୍ରାପଡା ଜିଲ୍ଲା କଜଳବନ୍ଧ ଗାଁ ରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି ।ଜଣେ ନବବଧୂର ଝୁଲନ୍ତା ମୃତ ଦେହ ପୋଲିସ ଶାଶୂ ଘରୁ ଉଦ୍ଧାର କରିଛି । ମୃତ ନବବଧୂ ହେଲେ ରୁନୁମଳିକ । ତାଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକ ହତ୍ୟା କରିଥିବା ରୁନୁଙ୍କ ବାପା ଥାନାରେ ଅଭିଯୋଗ କରିଛି । ରୁନୁଙ୍କ ସ୍ବାମୀ ନବଘନ ଗତକାଲିଠାରୁ ଫେରାର ଅଛନ୍ତି । ପୋଲିସ ତାଙ୍କୁ ଖୋଜୁଛି ।

{"id":146833}

 ସୂଚନାଯୋଗ୍ୟ ଯେ, ଗତ ୨୦୧୮ମସିହାରେ କଜଳବନ୍ଧ ଗାଁର ରୁନୁ ମଳିକ ସେହି ଗାଁର ଅକ୍ଷୟ ମଳିକଙ୍କ ପୁଅ ନବଘନଙ୍କ ସହ ଲୁଚି ଘରୁ ପଳାଇଥିଲେ ।ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଓ ଉଭୟେ ବିବାହ କରିବାକୁ ଚାହୁଁଥିଲେ । ଏହାକୁ ପରିବାର ଲୋକେ ବିରୋଧ କରିବାରୁ ସେମାନେ ଫେରାର ହୋଇଯାଇଥିଲେ ।  ତବେ ପରେ ରୁନୁଙ୍କ ପରିବାର ଥାନାରେ ଳିଖିତ ଅଭିଯୋଗ ଦେବା ପରେ ପୋଲିସ ରୁନୁ ଓ ନବଘନକୁ ଠାବ କରିଥିଲେ ।  ଦୁଇ ଜଣ ପ୍ରାପ୍ତ ବୟସ୍କ ହୋଇଥିବାରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ପୁର୍ବତନ ଥାନା ଅଧତ୍କାରୀ ଥାନା ପରିସରରେ ହିଁ ବିଧିବଦ୍ଧ ଭାବେ ସେମାନଙ୍କ ବିବାହ କରାଇଥିଲେ।ନବଘନଙ୍କ ପରିବାରକୁ ବୁଝାସୁଝା କରି ପୋଲସ ଉଭୟ ନବଘନ ଓ ରୁନୁଙ୍କୁ ନବଘନଙ୍କ ଘରକୁ ପଠାଇଦେଇଥିଲେ । ରୁନୁ ସେବେଠାରୁ ଶାଶୂଘରେ ରହୁଥିଲେ ।

{"id":146834}

ତବେ ଗତକାଲି ରୁନୁଙ୍କ ମୃତଦେହ ଶାଶୁ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ।  ପରିବାର ଲୋକେ ଖବର ପାଇ ଥାନାରେ ଏତଲା ଦେବା ପରେ ପୋଲିସ ଶବ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଦେଇଛି । ବିବାହ ବେଳେ ଯୌତୁକ ଦିଆଯାଇନଥିବାରୁ ରୁନୁକୁ ତାର ଶାଶୁଘର ଲୋକେ ମାରିଦେଇଛନ୍ତି ବୋଲି ରୁନୁର ବାପା ଅଭିଯୋଗ କରିଛନ୍ତି । ଅନ୍ୟପଟେ ରୁନୁର ସ୍ବାମୀ ନବଘନ ଫେରାର ହୋଇଯାଇଥିବାରୁ ପୋଲିସ ଏକ ମାମଲା ରୁଜ୍ଜୁକରି ନବଘନକୁ ଖୋଜିବା ସହିତ ତଦନ୍ତ ଚଳାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.