ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ
28/01/2019 at 4:08 PM

କୁଜଙ୍ଗ ୨୮|୧: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ହସିଣା ଗାଁରେ ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୄତ ମହିଳାଙ୍କ ନାଁ ରୋଜାଲିନୀ ବେହେରା । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । କୁଜଙ୍ଗ ଗଣ୍ଡକିପୁର ଗାଁର କବିନ୍ଦ୍ର ସାମଲଙ୍କ ଝିଅ ରୋଜାଲିନୀ ୮ ମାସ ତଳେ କେନ୍ଦ୍ରାପଡା ତାଳସଙ୍ଗାର ଧୃବ ବେହେରାଙ୍କ ପୁଅ ପ୍ରଭାସ ବେହେରାଙ୍କୁ ରୀତିନୀତିରେ ବିବାହ କରିଥିଲେ । ବାହାଘର ପରେ ପ୍ରଭାସ ଓ ରୋଜାଲିନୀ ହସିଣା ଗାଁ ସ୍ଥିତ ନିଜ ଘରେ ରହୁଥିଲେ । କୌଣସି କାରଣରୁ ସ୍ବାମୀ ସ୍ତ୍ରୀଙ୍କ ଭିତରେ ପାଟି ତୁଣ୍ଡ ହୋଇଥିଲା । ସ୍ବାମୀ ବାହାଘର ପରେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖୁଥିବାରୁ ଏଭଳି ଘଟଣା ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। କୁଜଙ୍ଗ ଥାନାରେ ଏ ନେଇ ଏତଲା ଦିଆଯାଇଥିବାବେଳେ ସ୍ବାମୀ ପ୍ରଭାସ ଓରଫ ଟୁଲୁ ଫେରାର ଥିବା ଜଣାପଡ଼ିଛି ।