Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

17/05/2019 at 9:36 AM

ଘଟଗାଁ ୧୭|୫: ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଗାଁ ହରିଚନ୍ଦନପୁର ଥାନା ଅନ୍ତର୍ଗତ ଝାଡପୋଖରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳା ହେଲେ ସେହି ଗାଁର ମଙ୍ଗୁଳୀ ବେହେରା । ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ହରିଚନ୍ଦନପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ମଙ୍ଗୁଳୀ ପାଞ୍ଚ ବର୍ଷ ତଳେ ବିବାହ କରିଥିଲେ । ତାଙ୍କ ସ୍ବାମୀ ସହ ମତାନ୍ତର ଯୋଗୁଁ ସେ ନିଜର ୪ ବର୍ଷର ଝିଅ ସହ ଗତ ୩ ବର୍ଷ ହେବ ବାପାଙ୍କ ଘରେ ରହୁଥିଲେ । ଆଜି ସକାଳୁ ଘର ପାଖ ଏକ ଗଛରେ ମଙ୍ଗୁଳୀଙ୍କ ଝୁଲନ୍ତା ଶବ ଘର ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି ।

   Related Posts