ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘରଲୋକ

Published By : Prameya-News7 Bureau | August 25, 2019 IST

ବଲାଙ୍ଗିର ୨୫|୮:  ବେକରେ ଗମୁଛା ବାନ୍ଧି ହୋଇ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ମୋତିଝରିଆ ଗାଁରେ । ମୃତ ମହିଳା ଜଣଙ୍କ ହେଲେ ରଶ୍ମୀ ମହାକୁର । ରଶ୍ମୀଙ୍କ ନିଜ ଘର ବୁଢିସିଣ୍ଡୋଲ ହୋଇଥିବା ବେଳେ ଗତ ଦେଢ ବର୍ଷ ହେଲା ମୋତିଝରିଆ ଗାଁରେ ଡୁଗୃ ବଘାରଙ୍କୁ ବିବାହ କରିଥିଲେ। ତାଙ୍କ ଗୋଟିଏ ୭ ମାସର ଶିଶୁ ରହିଛି । ତେବେ ଶ୍ବଶୁର ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା କହିଥିବା ବେଳେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ରଶ୍ମୀଙ୍କ ବାପଘର ଲୋକ।

{"id":148756}

ତେବେ ଗତ କିଛି ଦିନ ହେଲା ରଶ୍ମୀ ତାଙ୍କ ମାଙ୍କୁ ଫୋନ ଯୋଗେ ଶ୍ବଶୁର ଘରେ ତାଙ୍କ ସ୍ବାମୀ ତାଙ୍କ ମାମୁଁ, ମାଇଁ ଓ ଶ୍ବଶୁର ତାଙ୍କୁ ଗାଳିଗୁଲଜ କରୁଥିବା କହିଥିଲେ । ଏହାସହ ୭ ମାସର ଶିଶୁ ଥିବା ସତ୍ବେ ପୁଣି ଗର୍ଭବତୀ ହୋଇଛନ୍ତି ରଶ୍ମୀ ଓ ଗର୍ଭପାତ କରିବା ପାଇଁ ଚାହୁଁଥିବା ବେଳେ ତାହାକୁ ମନା କରିବାରୁ ତାଙ୍କୁ ଏଭଳି ଭାବରେ ହତ୍ୟା କରାଯାଇଥିବା କରିଛନ୍ତି ରଶ୍ମୀଙ୍କ ଭାଇ ଓ ଭଉଣୀ। ତେବେ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପୁଇଁନ୍ତଳା ପୋଲିସ ପଠାଇଥିବା ବେଳେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.