ରେଢ଼ାଖୋଲ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Published By : Prameya-News7 Bureau | September 15, 2018 IST

ରେଢ଼ାଖୋଲ ୧୫/୯ : ରେଢ଼ାଖୋଲ କୂତପଡ଼ା ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି | ମୃତ ମହିଳା ହେଉଛନ୍ତି କିଶୋରନଗର ଥାନା ସାହାଜବାହାଲ ଗାଁର ସୁରତି | ସାତଦିନ ତଳେ ମହିଳା ଜଣକ ନିଖୋଜ ହୋଇଯାଇଥିଲେ | ମହିଳାଙ୍କ ପେଟ ଓ ମୁହଁରେ କ୍ଷତ ଚିହ୍ନ ଥିବାର ଦେଖିବାକୁ ମିଳିଛି | ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି | ପୋଲିସ ସୂତ୍ରରୁ ଜଣାପଡିଛି ଯେ, ମୃତ ମହିଳାଙ୍କ ସ୍ୱାମୀ କୌଣସି ଏକ ମାମଲାରେ ଜେଲରେ ଅଛନ୍ତି | ତାଙ୍କର ଦୁଇଟି ପିଲା ଥିବା ଜଣାପଡିଛି | ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ଛାନଭିନ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.