ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା କରି ପ୍ରମାଣ ଲୁଚେଇବାକୁ ପୋଡି ଦେଇଥିବା ସନ୍ଦେହ

Published By : Prameya-News7 Bureau | July 17, 2019 IST

ଉଦଳା ୧୭|୭: ଜଙ୍ଗଲ ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

{"id":134492}

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟଲିଂ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ ।

{"id":134493}

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରିନଥିବା ବେଳେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.