ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | June 26, 2019 IST

ରାଉରକେଲା ୨୬|୬: ରାଉରକେଲାରୁ ଅଧାପୋଡା ଅବସ୍ଥାରେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ରାସ୍ତାକଡରୁ ମୃତଦେହ ଉଦ୍ଧାର କରିଛି ପୋଲିସ । କୁତ୍ରା ଥାନା ଦାନପଡା ପୂର୍ବାପାଲି ନିକଟରୁ ଏହି ମୃତଦେହ ମିଳିଛି । ଗତକାଲି ରାତି ପ୍ରାୟ ୧୦ଟା ବେଳେ ରାସ୍ତାକଡରେ ନିଆଁ ଜଳୁଥିବା ଲୋକେ ଦେଖିବାକୁ ପାଇଥିଲେ । କେହି ତାଙ୍କୁ ହତ୍ୟା କରିବା ପରେ ଜାଳି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.