ଭଉଣୀର ଚତୁର୍ଥ ବିବାହକୁ ବିରୋଧ କରି ଭାଇ ହେଲା ଭଉଣୀ ହନ୍ତା

Published By : Prameya-News7 Bureau | November 25, 2018 IST

ସୋରୋ ୨୫/୧୧ : ଚତୁର୍ଥ ବିବାହ ଦିନ ବଡ ଭାଇ ସହିପାରିଲାନି। ପନିକରେ ଭାଇ ହାଣିଦେଲା ଭଉଣୀକୁ । ଭଉଣୀ ହାତ ମୁଣ୍ଡ ଗୋଡରେ ଆଘାତ ହୋଇଥିବାରୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇଦିନ ପରେ ଭଉଣୀର ମୃତ୍ୟୁ ହୋଇଯାଇଛି । ସୋର ଥାନା ଦହିସଡା ମଧୁସୂଦନ ଗାଁରେ ଘଟିଛି ଘଟଣା । ଗାଁର କୈଳାସ ବେହେରା ଉତକ୍ଷିପ୍ତ ହୋଇ ବିବାହିତ ଭଉଣୀ ସସ୍ମିତାକୁ ପନିକରେ ହାଣିଦେଇଥିଲେ । ଘଟଣା ଘଟିଥିଲା ଗତ ଗୁରୁବାର ରାତିରେ । ଭଉଣୀ ସସ୍ମିତା ଦୀର୍ଘବର୍ଷ ଧରି ବାପଘରେ ରହି ଆସୁଥିଲେ । ସସ୍ମିତା ଚତୁର୍ଥ ଥର ବିବାହ କରିଥିଲେ ।ପ୍ରଥମେ ଉତ୍ତରପ୍ରଦେଶ, ବାଲେଶ୍ବର, ସୋର ଏବଂ ଶେଷରେ ଗତ ଗୁରୁବାର ଦିନ ଚତୁର୍ଥ ବିବାହ କରିଥିଲେ । ବାଲେଶ୍ବର ଆଜିମାବାଦରେ ଜୈନିକ ଯୁବକକୁ ବିବାହ କରି ନିଜ ବାପଘରକୁ ଫେରିଥିଲା । ସେହିଦିନ ରାତି ସାତଟା ବେଳେ ସସ୍ମିତାର ବଡଭାଇ ଭଉଣୀର ଏଭଳି ଚତୁର୍ଥ ବିବାହରେ ଉତକ୍ଷିପ୍ତ ହୋଇ ଭୁଜାଲିରେ ସସ୍ମିତାର ଗୋଡ଼,ହାତ ଓ ମୁଣ୍ଡକୁ ହାଣିଦେଇଥିଲା । ସସ୍ମିତାଙ୍କ ମୃତ୍ୟୁ ହୋଇଯିବ ପରେ ସାନଭାଇ ସୁଶାନ୍ତ ବେହେରା ସୋର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ କୈଳାସ ଫେରାର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.