ନିଶା ବଟିକା ଖୁଆଇ ଯୁବତୀଙ୍କୁ ଗଣଦୁଷ୍କର୍ମ, ୬୬ଟି ଭିଡିଓ ତିଆରି କରାଯାଇଥିବା ଅଭିଯୋଗ

Published By : Prameya-News7 Bureau | September 24, 2019 IST

ନୂଆଦିଲ୍ଲୀ - ଦିଲ୍ଲୀ ନିକଟସ୍ଥ ଖିରୋଡ ଅଞ୍ଚଳରେରେ ଜଣେ ଯୁବତୀଙ୍କୁ ବନ୍ଧୁତା ଜାଲରେ ଫସାଇବା ପରେ ଏକ ହୋଟେଲକୁ ଜବରଦସ୍ତ ନେଇଯାଇ ନିଶା ବଟିକା ଖୁଆଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଯୁବତୀଙ୍କୁ ଆସିଫ୍‌ ନାମକ ଯୁବକ ନିଜର ମିଛ ପରିଚୟ ଦେଇଥିଲା। ସ୍ନାତକର ପ୍ରଥମ ବର୍ଷର ଛାତ୍ରୀଙ୍କୁ ଫସାଇବା ପରେ ଏକ ହୋଟେଲ୍‌କୁ ନେଇଯାଇଥିଲେ । ସେଠାରେ ସେ ଯୁବତୀଙ୍କୁ ଏକ ପାନୀୟରେ ନିଶା ବଟିକା ଦେଇଥିବା ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି । ଏହାପରେ ସେ ପୀଡିତାଙ୍କୁ ବଳାତ୍କାର କରିବା ସହ ଏହାର ଭିଡିଓ ଉତ୍ତୋଳନ କରିଥିଲା ।
ପରେ ଏହି ଭିଡିଓକୁ ଦେଖାଇ ସେ ବ୍ଲାକମେଲ୍‌ କରିବା ସହ ଅନ୍ୟମାନଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରି ପ୍ରାୟ ୬୬ ଥର ଭିଡିଓ ପ୍ରସ୍ତୁତ କରିଥିଲା । କେବଳ ସେତିକି ନୁହେଁ ପୀଡିତାଙ୍କୁ ଧମକାଇ ଅଭିଯୁକ୍ତ ୨୫ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ପରେ ଅଭିଯୁକ୍ତ ପୀଡିତାଙ୍କୁ ଜୀବନରେ ମାରିଦେବ ବୋଲି ଧମକାଇଥିଲା ।

{"id":162105,"width":517,"height":433}

ଦିଲ୍ଲୀର ଉଦ୍ୟୋଗ ନଗର ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିବା ଥାନା ଅଧିକାରୀ ବୀରେନ୍ଦ୍ର ଶର୍ମା ସୂଚନା ଦେଇଛନ୍ତି ।
ବସରେ ଯିବା ଆସିବା କରିବା ସମୟରେ ଏହି ଅଭିଯୁକ୍ତ ସହ ଯୁବତୀଙ୍କର ପରିଚୟ ହୋଇଥିଲା । ଯୁବକ ଜଣଙ୍କ ନିଜର ମିଛ ପରିଚୟ ଦେବା ସହ ନିଜକୁ ସୁରେଶ ବୋଲି କହିଥିଲେ। ପରେ ଯୁବତୀଙ୍କୁ ଜବରଦସ୍ତ ଏକ ବୋଲେରରେ ନିଜ ବନ୍ଧୁମାନଙ୍କ ସହ ନେଇ ଯାଇ ନିଶା ବଟିକା ଖୁଆଇ ଗଣ ଦୁଷ୍କର୍ମ କରିବା ପରେ ଭିଡିଓ କରି ବ୍ଲାକମେଲ୍‌ କରୁଥିବା ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.