ରାସ୍ତା ପାର କରୁଥିବା ବୟସ୍କ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍ : କିନ୍ତୁ ଉଠି ବସି ପଡ଼ିଲେ ମହିଳା,ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | December 08, 2020 IST

ନୂଆ ଦିଲ୍ଲୀ ୮/୧୨: ସୋସିଆଲ୍ ମିଡିଆରେ ସବୁବେଳେ ନୂଆ ଭିଡିଓ ଆସୁଥାଏ। କେତେକ ଭିଡିଓ ଏପରି ହୋଇଥାଏ,ଯେଉଁଗୁଡ଼ିକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥାଆନ୍ତି। କେତେକ ଲୋକେ ଚିନ୍ତାରେ ପଡ଼ି ଯାଇଥାଆନ୍ତି ଯେ ଏପରି ମଧ୍ୟ ହୋଇପାରେ। ଏପରି ଏକ ଭିଡିଓ ଆଜିକାଲି ଇଣ୍ଟରନେଟରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାସ୍ତାରେ ଜଣେ ମହିଳାଙ୍କ ଉପରକୁ ବଡ଼ ଟ୍ରକ୍ ମାଡ଼ିଯାଇଛି କିନ୍ତୁ ତଥାପି ତାଙ୍କୁ ଟିକେ ବି ଆଘାତ ଲାଗିନାହିଁ। ଏହି ଭିଡିଓ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

wp:core-embed/twitter {"url":"https://twitter.com/CGTNOfficial/status/1335438818531442692","type":"rich","providerNameSlug":"twitter","className":""}
https://twitter.com/CGTNOfficial/status/1335438818531442692
/wp:core-embed/twitter

ଇଣ୍ଟରନେଟରେ ଭାଇରାଲ୍ ଭିଡିଓ ତାମିଲନାଡ଼ୁର ବୋଲି କୁହାଯାଉଛି। ଏହାକୁ ଚୀନି ମିଡିଆ ପୋର୍ଟାଲ୍ ସିଜିଟିଏନ୍ ଟ୍ବିଟରରେ ସେୟାର କରିଛି। ଭିଡିଓଟି ଡିସେମ୍ବର ୨ର ବୋଲି କୁହାଯାଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ଜ​‌ଣେ ବୟସ୍କ ମହିଳା କୌଣସି କାମରୁ ଘର ବାହାରକୁ ଯାଇଥିଲେ। ସେ ଗୋଲପି ରଙ୍ଗର ଶାଢ଼ୀ ପିନ୍ଧି ରାସ୍ତା ପାର କରୁଥିଲେ। ଏହି ସମୟରେ ଏକ ଟ୍ରକ୍ ସେଠାରୁ ଅତିକ୍ରମ କରୁଥିଲା।

ଏପରି ଲାଗୁଥିଲା ଯେ ଟ୍ରକ୍ ଚାଳକର ନଜର ମହିଳାଙ୍କ ଉପରେ ପଡ଼ିନଥିଲା ଏବଂ ମହିଳା ଟ୍ରକ୍ ତଳେ ଆସି ଯାଇଥିଲେ। ମହିଳାଙ୍କ ଉପରେ ଟ୍ରକ୍ ମାଡ଼ି ଯାଇ ଆଗକୁ ଯାଇ ରହିଯାଇଥିଲା। କିନ୍ତୁ ମହିଳା ସେମିତି ତଳେ ପଡ଼ି ରହିଥିଲେ। ମହିଳା ଟ୍ରକର ଚକା ତଳେ ନ ଆସି ଟ୍ରକ୍ ମଝିରେ ରହିଯାଇଥିଲେ। ଟ୍ରକଟି ଉଚ୍ଚ ଥିଲା। ଏହି କାରଣରୁ ମହିଳାଙ୍କୁ କିଛି ହୋଇନଥିଲା।

ପରେ ସ୍ଥାନୀୟ ପୋଲିସ୍ ଟ୍ରକ୍ ଚାଳକ ବିରୋଧରେ ମାମଲା ରୁଜୁ କରିଥିଲା ଏବଂ ତାକୁ ଏପରି ଡ୍ରାଇଭିଂ ଯୋଗୁଁ ଗିରଫ କରିଥିଲା। ଏହି ଭିଡିଓକୁ ଏବେ ସୁଦ୍ଧା ୯୬୦୦ଥର ଦେଖାଯାଇସାରିଛି। କେତେକ ଇଣ୍ଟରନେଟ୍ ୟୁଜର୍ସ ଏହାକୁ ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.