ସୃଷ୍ଚି ସବୁବେଳେ ଅଦ୍ଭୁତ : ଗର୍ଭରେ ଥିଲେ ଯାଆଁଳା ଶିଶୁ, ପ୍ରସବ ପୂର୍ବରୁ ପୁଣି ଥରେ ଗର୍ଭବତୀ ହୋଇଗଲେ ମହିଳା

Published By : Prameya-News7 Bureau | December 31, 2020 IST

 ନ୍ୟୁୟର୍କ, ୩୧।୧୨:  ଆମେରିକାର ଜଣେ ମହିଳାଙ୍କ ସହ ଏକ ଦୁର୍ଲଭ ଘଟଣା ଘଟିଛି । ପେଟରେ ଯମଜ ସନ୍ତାନ ଥିଲେ ବି ପ୍ରସବ ଗୋଟିଏ ସପ୍ତାହ ପୂର୍ବରୁ ମହିଳାଜଣଙ୍କ ତୃତୀୟ ସନ୍ତାନକୁ ମଧ୍ୟ ଜନ୍ମ ଦେବାକୁ ଯାଉଥିବା ଜଣାପଡିଛି । ଟିକଟକରେ ଲୋକପ୍ରିୟ ଥିବା ଏହି ମହିଳା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ସୂଚନା ଦେଇଛନ୍ତି । ଏହାସହ ତାଙ୍କର ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହୋଇଛି ।

ମହିଳାଜଣଙ୍କ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଏହା ସୁପର୍ ଫିଟନେସରେ ମାମଲା ଅଟେ । ଏହି ମାମଲା ସେତେବେଳେ ହୋଇଥାଏ ଯେତେବେଳେ ଜଣେ ମହିଳା କିଛି ଦିନ ମଧ୍ୟରେ ଦ୍ୱିତୀୟ ଥର ଗର୍ଭବତୀ ହୋଇଥାନ୍ତି । ସେ ନିଜର ପ୍ରଥମ ଗର୍ଭବତୀ ବେଳେ ଜ୍ୟାକପଟ୍ ହାସଲ କରିଥିଲେ । ଏବେ ଏକାଥରେ ତିନୋଟି ସନ୍ତାନ ଜନ୍ମ ନେବେ । ତେବେ ଏହା ତାଙ୍କର ପ୍ରଥମ ଓ ଶେଷ ପ୍ରସବ ହେବ ।

ଟିକଟକରେ ଭାଇରାଲ ଭିଡିଓରେ ମହିଳାଜଣଙ୍କ କହିଛନ୍ତି ଯେ, ତାଙ୍କର ତୃତୀୟ ସନ୍ତାନ ପ୍ରଥମ ଦୁଇଟି ସନ୍ତାନଙ୍କଠାରୁ ୧୦ ବା ୧୧ ଦିନ ସାନ ହେବ । ଏହା ତାଙ୍କର ଦ୍ୱିତୀୟ ପ୍ରସବ ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି । ସନ୍ତାନମାନେ କୁପୋଷଣର ଶିକାର ହେବେ ନାହିଁ । ଏହା ସ୍ପଷ୍ଟ କରିବାକୁ ଡାକ୍ତର ପ୍ରତି ୨ ସପ୍ତାହରେ ଅଲଟ୍ରାସ୍କାନ୍ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ତୃତୀୟ ସନ୍ତାନଟି ହେଲଦି ରେଟରେ ବଢୁଛି । ଏହି ଭିଡିଓ କ୍ଲିପକୁ ଟିକଟକରେ ଏବେସୁଦ୍ଧା ୫୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଟିକଟକରେ ବ୍ଲଡ୍ ବନି ୟୁଜର ନେମ୍ ଥିବା ଏହି ମହିଳା ଲଗାତର ଭାବେ ସନ୍ଦାନ ବାବଦରେ ଅପଡେଟ୍ ଦେଉଛନ୍ତି । ଫ୍ୟାନମାନେ ତାଙ୍କର ତୁଳନା ମ୍ୟୁଜିକ୍ ଆର୍ଟିଷ୍ଟ୍ ବ୍ରିଟନୀ ସ୍ପିୟର୍ସଙ୍କ ସହ କରିଥାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଆ ହେବାକୁ ଚାହୁଁଥିଲେ । ଏଥିପାଇଁ ସେ ଉତ୍ସାହିତ ଅଛନ୍ତି । ଏହାସହ କମ୍ ସମୟରେ ତିନୋଟି ସନ୍ତାନ ଜନ୍ମ ନେବାକୁ ଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରନ୍ତି । ଏପରିକି ସେ ସାମାନ୍ୟ ବିଚଳିତ ଥିବା ମଧ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.