ପିଶାଚୀ ମାଆ : ନିଜ ଝିଅ ଏବଂ ସାବତ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ମିଳିଲା ୭୨୩ବର୍ଷ ଜେଲ୍ ଦଣ୍ଡ

Published By : Prameya-News7 Bureau | November 03, 2020 IST

ଆମେରିକାରେ ଜଣେ ମହିଳାଙ୍କୁ ନିଜ ଝିଅ ଏବଂ ନିଜ ସାବତ ଝିଅକୁ ଯୌନ ଶୋଷଣ ଅଭିଯୋଗରେ ୭୦୦ବର୍ଷରୁ ଅଧିକ ଜେଲ୍ ଦଣ୍ଡ ଶୁଣାଯାଇଛି। ଏହି ମାମଲାରେ ଲିଜାଙ୍କ ସ୍ବାମୀ ମାଇକେଲ୍ ଲେଶରଙ୍କୁ ୪୩୮ବର୍ଷର ଜେଲ୍ ଦଣ୍ଡ ଶୁଣାଯାଇଛି।

୪୧ବର୍ଷ ବୟସ୍କା ଲିଜା ମ୍ୟାରି ଲେଶରଙ୍କୁ ନଭ୍ବେର ୨ତାରିଖରେ ୭୨୩ ବର୍ଷର ଜେଲ୍ ଦଣ୍ଡ ଶୁଣାଯାଇଛି। ଏହି ମାମଲାର ନିଷ୍ପତ୍ତି ବିଚାରପତି ଷ୍ଟିଫେନ୍ ବ୍ରାଉନ୍ ଶୁଣାଇଛନ୍ତି ଏବଂ ଆମେରିକାର ଆଇନ୍ ହିସାବରେ ଏପରି ମାମଲାରେ ଏହା ଅଧିକତର ଦଣ୍ଡ ହୋଇଥାଏ।

ଲିଜାଙ୍କ ବିରୋଧରେ ଦୁଷ୍କର୍ମ,ସୋଡୋମି ଏବଂ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଲାଗିଛି। ସୂଚନା ଅନୁସାରେ ଲିଜା ନିଜ ସ୍ବାମୀ ସହ ମିଶି ନିଜ ଝିଅ ଏବଂ ନିଜ ସାବତ ଝିଅକୁ ଅନେକ ବର୍ଷ ଯାଏଁ ଯୌନ ନିର୍ଯାତନା ଦେଉଥିଲେ।

ଏହି ମାମଲାକୁ ସର୍ବ ପ୍ରଥମେ ୨୦୦୭ମସିହାରେ ରିପୋର୍ଟ କରାଯାଇଥିଲା କିନ୍ତୁ ଏହା ପରେ ଏହାକୁ ପୀଡ଼ିତାଙ୍କ ଅନୁରୋଧରେ ପୁଣି ଥରେ ଖୋଲାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.