ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ସ୍ତ୍ରୀର ପୁରୁଷ ବନ୍ଧୁଙ୍କୁ ହତ୍ୟା କଲା ସ୍ବାମୀ : ଜାଣନ୍ତୁ କାରଣ କ’ଣ

29/09/2018 at 11:26 AM

ନୂଆଦିଲ୍ଲୀ ୨୯|୯: ଘଟଣା ହୋଇଛି ଦିଲ୍ଲୀ ସ୍ବରୂପନଗରର । ୪୦ବର୍ଷ ବୟସ୍କ ଅମରନାଥ ଏବଂ ୩୫ ବୟସ୍କା ରାନୀ ସ୍ବାମୀ-ସ୍ତ୍ରୀ । ଗତ ୧୬ ବର୍ଷ ଧରି ସେମାନେ ବୈବାହିକ ଜୀବନ ବିତାଇ ଆସୁଥିଲେ । ସେମାନଙ୍କ ୫ଟି ସନ୍ତାନ ମଧ୍ୟ ଅଛନ୍ତି । ତେବେ ଅମରନାଥ ସ୍ତ୍ରୀ ରାନୀକୁ ସବୁବେଳେ ମାରପିଟ କରୁଥିଲା । ଏଥିରେ ଅତିଷ୍ଠ ହୋଇ ରାନୀ ଗତ ୫-୬ଦିନ ହେଲେ ନିଜ ପିଲାଙ୍କୁ ଧରି ଘର ଛାଡି ଜଣେ ବନ୍ଧୁଙ୍କୁ ଘରକୁ ଚାଲିଯାଇଥିଲା । ରାନୀ ଓ ତାଙ୍କ ଛୁଆଙ୍କୁ ବନ୍ଧୁ ମୋହନ ଘରେ ରଖିଥିଲେ । ଗତ ଗୁରୁବାର ଦିନ ସନ୍ଧ୍ୟାରେ ମୋହନଙ୍କ ଘରେ ଅମରନାଥ ପହଞ୍ଚିବା ସହ ରାନୀକୁ କାହିଁକି ରଖିଛି ବୋଲି ଅମରନାଥ ପଚାରିଥିଲା । ଏହି ଘଟଣାକୁ ନେଇ ଅମରନାଥ ଓ ମୋହନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ବେଳେ ଅମରନାଥ ଗୋଟେ ଶକ୍ତ ଜିନିଷରେ ମୋହନଙ୍କ ମୁଣ୍ଡକୁ ଆଘାତ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ମୋହନଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ପରେ ଅମର ନାଥ ଫେରାର ହୋଇଯାଇଥିଲା । ଅଜଣା ବ୍ୟକ୍ତିଙ୍କଠୁ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣା ସଂପର୍କରେ ଅଧିକ ତଦନ୍ତ ଚଳାଇଛି । ଏପରେ ଫେରାର ଅମରନାଥକୁ ମଧ୍ୟ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ।

   Related Posts