Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୁଣି ଜନନୀ ଯନ୍ତ୍ରଣା ! ରିକ୍ସାରେ ପ୍ରସବ କଲେ ମହିଳା

20/04/2020 at 12:19 PM

ଭଦ୍ରକ ୨୦।୦୪: ଭଦ୍ରକ ଜ଼ିଲ୍ଲା ଚିକିତ୍ସାଳୟରୁ ମାତ୍ର ୫୦ ମିଟର ଦୂରରେ ରିକ୍ସା ଉପରେ ପ୍ରସବ କଲେ ମହିଳା। ଏମିତି ଘଟଣା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଭଦ୍ରକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମାତ୍ର କିଛି ଦୂରରେ ଏଭଳି ଘଟଣା ର ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଚାନ୍ଦବାଲି ଭୂଇଁବୃତ୍ତି ପଞ୍ଚାୟତ ନୂଆଗାଁ ଗ୍ରାମର ରଜତ ଦାସ ଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ । ଯନ୍ତ୍ରଣା ଅନୁଭବ କରିବାରୁ, ତାଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ଭଦ୍ରକ ରେଫର କରିବା ପାଇଁ କହିଥିଲେ । ପରିବାର ଲୋକ ମିନତୀଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲ ଆଣିଥିଲେ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ, ଡାକ୍ତର ତାଙ୍କୁ କଟକ ନେଇଯିବା ପାଇଁ କହିଥିଲେ । ଏଭଳି ସ୍ଥିତି ରେ କେଉଁଠିକି ନେବୁ ବୋଲି ପରିବାର ଲୋକ ଓ ଆଶା କର୍ମୀ ଡାକ୍ତରଙ୍କୁ କହିଥିଲେ । କିନ୍ତୁ ଡାକ୍ତର ଠିକ ଭାବେ ରୋଗୀଟିକୁ ନଦେଖି କଟକ ରେଫର କରିଦେଇ କାମ ସାରିଦେଇଥିଲେ ବୋଲି ଅଭିଯୋଗ ହୋଇଛି । ପରିବାର ଲୋକ ରାତିରେ ପୁଣି ଲକ ଡାଉନ ପରିସ୍ଥିତି କେଉଁଠିକି ନେବେ ଭାବି ମହିଳାଙ୍କୁ ଏକ ରିକ୍ସା ସାହାଯ୍ୟରେ ମେଡିକାଲ ରୁ ୫୦ ମିଟର ଦୂର ଏକ ଘରୋଇ ନର୍ସିଂହୋମ କୁ ଆଣିଥିଲେ । ଆଣିବା ସମୟରେ ରିକ୍ସା ଉପରେ ମହିଳା ଜଣକ ପ୍ରସବ କରିଥିବା ଆଶାକର୍ମୀ ଓ ପରିବାର ଲୋକ ଦେଖି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ପରେ ମାଆ ଓ ନବଜାତକ ଶିଶୁ ଟିକୁ ଚିକିତ୍ସା ପାଇଁ ଘରୋଇ ନର୍ସିଂହୋମ ରେ ଭର୍ତ୍ତି କରାଯାଇଛି । ଡାକ୍ତର ଙ୍କ ଦାୟିତ୍ୱହୀନତା ଯୋଗୁଁ ରିକ୍ସା ଉପରେ ସର୍ବ ସମ୍ମୁଖରେ ମହିଳା ଜଣକ ପ୍ରସବ କରିଛନ୍ତି ଏଭଳି ଅଭିଯୋଗ ଆଣିଛନ୍ତି ଆଶାକର୍ମୀ ଓ ପରିବାର ଲୋକ ।

   Related Posts