ଏକାସାଙ୍ଗରେ ମହିଳା ଜନ୍ମ ଦେଲେ ୫ଟି ସନ୍ତାନ : ନବଜାତ ଶିଶୁଙ୍କୁ ଦେଖିବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଜମୁଛି ଭିଡ଼

Published By : Prameya-News7 Bureau | April 29, 2020 IST

ବାରାବଙ୍କି ୨୯/୪: କରୋନା ଭାଇରସରୁ ବର୍ତ୍ତିବା ପାଇଁ ଜାରି କରାଯାଇଥିବା ଲକଡାଉନ୍ ମଧ୍ୟରେ ଉତ୍ତରପ୍ରଦେଶର ବାରାବଙ୍କି ଜିଲ୍ଲାରୁ ଏକ ଭଲ ଖବର ସାମନାକୁ ଆସିଛି। ଏଠାରେ ସୁରତଗଞ୍ଜରେ ଜଣେ ମହିଳା ଏକା ସାଙ୍ଗରେ ୫ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ମହିଳାଙ୍କ ନର୍ମାଲ୍ ଡେଲିଭରି ହୋଇଛି ଏବଂ ସେ ୩ କନ୍ୟା ସନ୍ତାନ ଏବଂ ୨ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ମାଆ ଏବଂ ଶିଶୁ ସୁସ୍ଥ ଅଛନ୍ତି। ମହିଳାଙ୍କ ୫ବର୍ଷରେ ଏହା ଦ୍ବିତୀୟ ପ୍ରସବ।

ଏଠାକାର କୁତଲୁପୁର ବାସିନ୍ଦା କୁନ୍ଦନଙ୍କ ପତ୍ନୀ ଅନିତା ୯ମାସର ଗର୍ଭବତୀ ଥିଲେ। ବୁଧବାର ସକାଳେ ସେ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର ସୁରତଗଞ୍ଜରେ ଦ୍ବିତୀୟ ଥର ମାଆ ହୋଇଛନ୍ତି ଏବଂ ଏହି ଶିଶୁମାନଙ୍କ ମଧ୍ୟରେ ୨ଜଣଙ୍କ ଓଜନ ୧୧୦୦ଗ୍ରାମ୍ ଥିବାବେଳେ ୨ଜଣଙ୍କର ଓଜନ ୯୦୦ଗ୍ରାମ୍ ରହିଛି। ଜଣକର ଓଜନ ୮୦୦ଗ୍ରାମ୍ ରହିଛି। ମହିଳା ୨୮ସପ୍ତାହରେ ପ୍ରସବ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.