ବାନ୍ଧବୀ ସହ ସମଲିଂଗୀ ସମ୍ପର୍କର ଆକର୍ଷଣ : ପୋଲିସ ସାମ୍ନାରେ ସ୍ବାମୀଙ୍କୁ ତିନି ତଲାକ୍ ଦେଲେ ମହିଳା

Published By : Prameya-News7 Bureau | November 22, 2018 IST

ଖେରାବାଦ ୨୨|୧୧:   ଉତ୍ତରପ୍ରଦେଶ ଖେରାବାଦରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଠାରେ ରହୁଥିବା ହସିନ ନାମକ ଯୁବତୀର ବିବାହ ଆଜାଦ ନାମକ ଯୁବକଙ୍କ ସହ ହୋଇଥିଲା । ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ରହିଥିଲା । ମାତ୍ର କିଛି ଦିନ ପରେ ଦିନେ ହସିନ ବାପଘର ଖେରାବାଦ ଯିବାପାଇଁ ସ୍ବାମୀ ଆଜାଦକୁ କହିଥିଲା । ଆଜାଦ ତାକୁ ତା ବାପଘରକୁ ପଠାଇଦେଇଥିଲା । କିଛି ଦିନ ବିତିଯାଇଥିଲେ ମଧ୍ୟ ହସିନ ଘରକୁ ଫେରିନଥିଲା । ସ୍ତ୍ରୀ ଘରକୁ ଫେରିନଥିବାରୁ ଆଜାଦଙ୍କୁ ସନ୍ଦେହ ହେଲା । କିଛି ଗୋଟିଏ ଘଟଣା ଘଟିଛି ବୋଲି ଭାବି ସେ ଯାଇ ଖେରାବାଦରେ ପହଞ୍ଚିଥିଲେ । ସେଠାରେ ଯାଇ ସେ ଜାଣିବାକୁ ପାଇଲେ ଯେ ତା ସ୍ତ୍ରୀ ତାର ବାନ୍ଧବୀ ସହ କେଉଁଆଡେ ପଳାଇଛି । ଆଜାଦ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ପୋଲିସ ଆଗରେ ହସିନର ମାଆ କହିଥିଲେ ଯେ, ହସିନର ନାଜନିନ ନାମକ ଝିଅ ସହ ସମଲିଙ୍ଗୀ ସଂପର୍କ ଥିଲା । ସେମାନେ ସ୍ବାମୀ ସ୍ତ୍ରୀ ଭାବେ ଏକାସହ ରହୁଥିଲେ । କେବଳ ଏତିକି ନୁହେଁ ଉଭୟଙ୍କୁ ଅସଂଜତ ଅବସ୍ଥାରେ ସେ ଦେଖିଥିଲେ । କିଛି ଦିନ ଖୋଜାଖୋଜି କରିବା ପରେ ପୋଲିସ ହସିନକୁ ଧରିଥିଲା । ଧରାପଡିବା ପରେ ସେ କହିଥିଲା ଯେ ସେ ଆଜାଦ ସହ ଆଉ ରହିବା ପାଇଁ ଚାହୁଁନାହିଁ । ସେ ପୋଲିସ ଆଗରେ ହିଁ ଆଜାଦକୁ ତିନ ତଲାକ୍ ଦେଇଦେଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.