ଏଣିକି ଡିଭୋର୍ସ ମାମଲା ଚାଲିଥିବା ବେଳେ ମହିଳାଙ୍କୁ ମିଳିବ ପେନ୍‌ସନ୍

Published By : Prameya-News7 Bureau | September 14, 2019 IST

ଭୁବନେଶ୍ବର ୧୪।୯: ଛାଡ଼ପତ୍ର ପାଇଥିବା ମହିଳାଙ୍କ ସମେତ କୋର୍ଟରେ ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ବି ମିଳିବ ପେନସନ୍ । ବିବାହ ବିଚ୍ଛେଦ ମାମଲା ଚାଲିଥିବା ମହିଳାଙ୍କୁ ପେନସନ୍ ଦେବେ ରାଜ୍ୟ ସରକାର । ଛାଡ଼ପତ୍ର ହୋଇନଥିବା ତଥା କୋର୍ଟରେ କେସ୍ ଲଢ଼ୁଥିବା ମହିଳାଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଉ ବିଭାଗ ପକ୍ଷରୁ ପ୍ରସ୍ତାବ ଅଣାଯାଇଥିବା କହିଛନ୍ତି ମନ୍ତ୍ରୀ । ବିଧିବଦ୍ଧ ଭାବେ ସରକାରୀ ସ୍ତରରେ ନିୟମ ଲାଗୁ ହୋଇନଥିଲେ ମଧ୍ୟ ମହିଳାମାନଙ୍କ ସଠିକ ସୂଚନା ଆଧାରରେ ସେମାନଙ୍କ କଥା ବିଚାରକୁ ନିଆଯିବ । ଏ ମାମଲାରେ ଖୁବ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ବାର୍ଷିକ ୪୦ ହଜାରରୁ କମ୍ ଆୟଥିବା ମହିଳାଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଏହି ସୁବିଧା ମିଳିବ । ପ୍ରମାଣ ଭାବେ ଛାଡପତ୍ର ମାମଲା ବିଚାରାଧୀନ ସଂପର୍କୀତ କାଗଜପତ୍ର ଦେବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.