Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ନିଜ ବିଧବା ପୁତ୍ରବଧୂକୁ ଦ୍ବିତୀୟ ବିବାହ କରାଇଲେ ଶାଶୂ

14/09/2019 at 12:46 PM

ଅନୁଗୋଳ ୧୪।୯: ଶାଶୂ ହେବ ତ ଏମିତି । ସମସ୍ତେ କୁହନ୍ତି ଶାଶୂ କେବେ ମା’ ହୋଇପାରିବ ନାହିଁ। ମାତ୍ର ଏଠାରେ ଜଣେ ଶାଶୂ ଏଭଳି କିଛି କାମ କରି ଦେଖାଇଛନ୍ତି ଯାହା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଶାଶୂ ମା’ ହୋଇ ବିଧବା ବୋହୂର କନ୍ୟାଦାନ କରି ତା ଜୀବନରେ ଖୁସି ଭରି ଦେଇଛନ୍ତି । ଯେଉଁଥି ପାଇଁ ସେ ଆଜି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଯାଇଛନ୍ତି ।

ଅନୁଗୋଳ ତାଳଚେର ଗୋବରା ଗ୍ରାମରେ ଦେଖିବାକୁ ମିଳିଛି ଶାଶୂ-ବୋହୂ ସମ୍ପର୍କର ନିଆରା ପରିଭାଷା । ଶାଶୂ ମାଆ ସାଜି ବିଧବା ବୋହୂକୁ ସଧବା ସଜାଇଛନ୍ତି । ବିଧବା ମଥାରେ ପୁଣି ଝଲସିଉଠିଛି ସିନ୍ଦୁର । ସ୍ବାମୀକୁ ହରାଇ ଅସହ୍ୟ ଯନ୍ତ୍ରଣାରେ ଥିବା ବିଧବା ବୋହୂଟିଏ ପୁଣି ଥରେ ଜୀବନସାଥୀ ପାଇ ଖୁସିରେ ବାକିତକ ଜୀବନ ଅତିବାହିତ କରିବା ପାଇଁ ଆଉ ଥରେ ଦେଖିଛନ୍ତି ସ୍ବପ୍ନ ।

୨୦୧୯ ମସିହା ଫେବ୍ରୁଆରି ମାସରେ ଗୋବରା ଗ୍ରାମର ପ୍ରତିମା ବେହେରାଙ୍କ ସାନ ପୁଅ ରଶ୍ମୀରଞ୍ଜନ ତୁରଙ୍ଗ ଗ୍ରାମର ଲିଲି ବେହେରାଙ୍କୁ ବିବାହ କରିଥିଲେ । ବିବାହର ୫ ମାସ ପର୍ଯ୍ୟନ୍ତ ବେଶ୍ ହସଖୁସିରେ ବୈବାହିକ ଜୀବନ ଚାଲିଥିଲା । ହଠାତ୍ ସେମାନଙ୍କ ବୈବାହିକ ଜୀବନରେ ବିପଦ ମାଡିଆସିଲା । ଭରତପୁର କୋଇଲା ଖଣି ଦୁର୍ଘଟଣାରେ ରଶ୍ମୀରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ପରେ ବୋହୂ ଲିଲିକୁ ଦ୍ବିତୀୟ ବିବାହ ପାଇଁ ପ୍ରତିମା ବୁଝାସୁଝା କରି ରାଜି କରାଇଥିଲେ ।

ଶେଷରେ ଅନୁଗୋଳର ରାଜକିଶୋରପଡ଼ା ଜଗନ୍ନାଥ ମନ୍ଦିରରେ ହେମସୁରପଡ଼ାର ସଂଗ୍ରାମ ବେହେରାଙ୍କ ସହିତ ଗତ ୧୧ତାରିଖରେ ତାଙ୍କର ବାହାଘର କରାଇଛନ୍ତି ଶାଶୂ ପ୍ରତିମା । ପ୍ରତିମା ନିଜେ ବୋହୂ ଲିଲିଙ୍କର କନ୍ୟାଦାନ ମଧ୍ୟ କରିଛନ୍ତି । ଏମିତି କରି ସେ ସମାଜ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।

   Related Posts