ଗର୍ଲଫ୍ରେଣ୍ଡ ପାଇଁ ଧୋକା ଦେଲା ସ୍ୱାମୀ, ନିଜ କାହାଣୀ ବିକ୍ରି କରି କୋଟିପତି ହେଲା ସ୍ତ୍ରୀ

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଲୀ ୧୧/୧୧: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯଦି ଜଣେ କେହି ଚିଟିଂ କରନ୍ତି, ତେବେ ଅନ୍ୟ ଜଣଙ୍କର ଅବସ୍ଥା କିଛି ସମୟ ପାଇଁ ବହୁତ ଖରାପ ହୋଇଯାଏ। ବିଶେଷକରି ଯଦି ଏହି ଧୋକା ସ୍ୱାମୀ ଠାରୁ ମିଳିଥାଏ, ତେବେ ପତ୍ନୀ ନିଜକୁ ସମ୍ଭାଳିବା ଅଧିକ କଷ୍ଟକର ହୋଇଯାଏ। ଆମେରିକୀୟ ଲେଖିକା ଗାବ୍ରିଏଲା ଷ୍ଟୋନଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀଙ୍କର ୧୯ ବର୍ଷର ଝିଅ ସହିତ ସମ୍ପର୍କ ଅଛି, ସେତେବେଳେ ସେ ତାଙ୍କ ଜୀବନର ମୋଡ ବଦଳାଇ ଦେଲେ।

ଗାବ୍ରିଏଲା ତାଙ୍କ ଟିକଟକ୍ ଆକାଉଣ୍ଟରୁ ଲୋକଙ୍କ ସହ ତାଙ୍କ କାହାଣୀ ସେୟାର କରି କହିଛନ୍ତି, ସ୍ୱାମୀଙ୍କ ସମ୍ପର୍କ ବିଷୟରେ ତାଙ୍କୁ ସେତେବେଳେ ବିଶ୍ୱାସ ହେଲା ଯେତେବେଳେ ଲିଭିଂ ରୁମରେ ସ୍ୱାମୀଙ୍କ ପାର୍ଟନର ଫଟୋ ଲାଗିଥିବା ଦେଖିବାକୁ ପାଇଲେ। ସ୍ୱାମୀ ଅନୁଭବ କଲେ ଯେ ପତ୍ନୀ ଏହା ଦ୍ୱାରା ଭାଙ୍ଗିଯିବେ, କିନ୍ତୁ ପତ୍ନୀ ଏହି କାହାଣୀକୁ ବେଷ୍ଟ ସେଲର କରିଦେଲେ। ଆମେରିକାର ପ୍ରସିଦ୍ଧ ଲେଖିକା ଗାବ୍ରିଏଲା କହିଛନ୍ତି ଯେ ତାଙ୍କର ପ୍ରସିଦ୍ଧ ପୁସ୍ତକ ହେଉଛି ତାଙ୍କର ନିଜସ୍ୱ କାହାଣୀ।

ଗାବ୍ରିଏଲା ଟିକଟକ୍ ଭିଡିଓରେ ଲୋକଙ୍କୁ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି ଏବଂ ଏକ ପୁସ୍ତକ ଆକାରରେ ଜନସାଧାରଣଙ୍କ ନିକଟରେ ନିଜର କାହାଣୀ ଉପସ୍ଥାପନ କରିଛନ୍ତି। ଲୋକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। ସେ ତାଙ୍କ ପୁସ୍ତକର ନାମ ସ୍ୱାମୀଙ୍କ ନାମରେ ନାମିତ କରିଛନ୍ତି। ଇନଷ୍ଟାଗ୍ରାମ ଏବଂ ଟିକଟକରେ ତାଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି। ଏପର୍ଯ୍ୟନ୍ତ ତାଙ୍କ କାହାଣୀ ୨.୬ ମିଲିୟନ୍ ଲାଇକ୍ ପାଇଛି ଏବଂ ୧୪,୦୦୦ ଲୋକ ଏହା ଉପରେ କମେଣ୍ଟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.