Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ରେସ୍ତୋରାଁରୁ ଅର୍ଡର କରିଥିଲେ ଚିକେନ୍, ପ୍ୟାକେଟ୍ ଭିତରୁ ବାହାରିଲା କଟାମୁଣ୍ଡ…

31/10/2021 at 2:41 PM

ୱାଶିଂଟନ୍ ୩୧।୧୦ : ଆମିଷ ଖାଉଥିବା ଲୋକମାନଙ୍କୁ ଚିକେନ୍‌ ସବୁଠାରୁ ପ୍ରିୟ । ଶୀତ ହେଉ କିମ୍ବା ଖରା , ଘର ହେଉ କିମ୍ବା ହୋଟେଲ୍‌ ଯେଉଁଠି ଦେଖିବେ ସେଠାରେ ଚିକେନ୍ ଖାଇବାକୁ ଲାଗିବେ। କିନ୍ତୁ ଯେତେବେଳେ ଚିକେନ୍ ଖାଇବାକୁ ଭଲପାଉଥିବା ଲୋକ ଖାଇବା ସମୟରେ କିଚି ଖରାପ ଜିନିଷ ଦେଖନ୍ତି । ସେତେବେଳେ ସେମାନଙ୍କର ଖାଇବାକୁ ଇଚ୍ଛା ମଧ୍ୟ ଶେଷ ହୋଇଯାଏ। ଏବଂ ସେତବେଳେ ମନରେ ରାଗ ଆସିଯାଏ। କିନ୍ତୁ ଏଭଳି ସମାନ ଘଟଣା ଘଟିଥିଲା ଯେଉଁଥିରେ, ମହିଳାଙ୍କ ଜଣଙ୍କ ନିଜ ପାଇଁ ଏକ ରେଷ୍ଟୁରାଣ୍ଟରୁ ଚିକେନ୍ ଅର୍ଡର କରିଥିଲେ । ପରେ ଯେତେବେଳେ ଚିକେନ୍ ବାକ୍ସ ଖୋଲିବା ମାତ୍ରେ ଭିତରର ଜିନିଷ ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ତେବେ ଆମେରିକାର ପେନସିଲଭାନିଆରେ ରହୁଥିବା ବ୍ରିଟାନି ପଲହେମସ୍ ନିକଟରେ ଥିବା ରେଷ୍ଟୁରାଣ୍ଟରୁ ଚିକେନ୍ ୱିଙ୍ଗ୍ ଅର୍ଡର କରିଥିଲେ। ମହିଳା ଜଣକ ପୂର୍ବରୁ ମଧ୍ୟ ସେହି ରେଷ୍ଟୁରାଣ୍ଟରୁ ଚିକେନ୍‌ ୱିଙ୍ଗସ୍ ଅର୍ଡର କରିଥିଲେ । ସ୍ୱାଦ ଭଲ ଥିବାରୁ ସେ ପୁଣି ଥରେ ଅର୍ଡର କରିଥିଲେ। ହେଲେ ଯେତେବେଳେ ମହିଳା ଜଣକ ବାକ୍ସ ଖୋଲିଲେ, ଏହା ବହୁତ ଭଲ ବାସନା ଆସୁଥିଲା। ସେ ଚିକେନ୍‌ର ପ୍ରଥମ ଖଣ୍ଡ ଉଠାଇ ଖାଇଥିଲେ। ତା’ପରେ ସେ ଦ୍ୱିତୀୟ ଖଣ୍ଡ ଉଠାଇବା ମାତ୍ରେ ସେ ତଳେ ଏକ ଅଦ୍ଭୁତ ଖଣ୍ଡ ଦେଖିଲେ ଯାହା ଚିକେନ୍‌ ୱିଙ୍ଗସ୍‌ ଠାରୁ ଅଲଗା ପ୍ରକାର ଥିଲା । ଯେତେବେଳେ ବ୍ରିଟିନି ସେହି ଖଣ୍ଡଟିକୁ ଉଠାଇ ଭଲ ଭାବରେ ଦେଖିଲେ, ସେତେବେଳେ ତାଙ୍କର ହୋସ୍‌ ଉଡି ଯାଇଥିଲା । ଏହା ଚିକେନ୍‌ ୱିଙ୍ଗସ୍ ନଥିଲା , ବରଂ ଚିକେନ୍ର ମୁଣ୍ଡ ଥିଲା।

ବ୍ରିଟେନି ଏହା ଦେଖିବା ମାତ୍ରେ ଏହାର ଫଟୋ ଉଠାଇ ଫେସବୁକରେ ସେୟାର କରିଥିଲେ। ମହିଳା କହିଛନ୍ତି କି – ‘ମୋତେ ଫେସବୁକରେ ପୋଷ୍ଟ କରିବାକୁ ପଡିବ କାରଣ ଏହା ପ୍ରତିଦିନ ନୁହେଁ ଯେ ତୁମେ ବାକ୍ସରେ ଖୋଲିବା ମାତ୍ରେ ଚିକେନ୍‌ର ମୁଣ୍ଡ ଦେଖି ପାରିବ’। ‘ମୁଁ ସେଠାରୁ ଚିକେନ୍ ୱିଙ୍ଗସ୍‌ ଅର୍ଡର କରିଥିଲି କାରଣ ଆଗରୁ ତାହାର ସ୍ବାଦ ମଧ୍ୟ ଜାଣିଛି ଏଥିପାଇଁ ଅର୍ଡର କରିଥିଲି। କିନ୍ତୁ ମୁଁ କେବେ ଆଶା କରି ନ ଥିଲି ଯେ ମୁଁ ୱିଙ୍ଗସ୍ ବଦଳରେ ଚିକେନ୍ ମୁଣ୍ଡ ଖାଇବି । ମହିଳା ସଙ୍ଗେ ସଙ୍ଗେ ରେଷ୍ଟୁରାଣ୍ଟ ସହିତ କଥା ହୋଇଥିଲେ, ଯିଏ ତାଙ୍କୁ କ୍ଷମା ମାଗିଥିଲେ ଏବଂ ଟଙ୍କା ଫେରସ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ।

   Related Posts