ପୋଲିସ କହି ମହିଳାଙ୍କଠାରୁ ଲୁଟିଲେ ସୁନା

Published By : Prameya-News7 Bureau | August 12, 2018 IST

ଗଞ୍ଜାମ ୧୨/୮ : ପୋଲିସ କହି ମହିଳାଙ୍କଠୁ ଲୁଟିଲେ ସୁନା । ମର୍ଣ୍ଣିଂ ୱାକ୍ ବେଳେ ମହିଳାଙ୍କଠାରୁ ୧୫ଭରି ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ବ୍ରହ୍ମପୁର ସରକାରୀ ଶଶି ଭୂଷଣ ରଥ ଛାତ୍ରୀ ନିବାସ ସାମ୍ନାରେ ଲୁଟ୍ ହୋଇଛି । ମହିଳା ଜଣକ ସକାଳୁ ଏକା ଯାଉଥିବାବେଳେ ୪ଜଣ ଲୁଟେରା ପେ।ଲିସ କହି ବନ୍ଧୁକ ଦେଖାଇ ସୁନା ଲୁଟ୍ କରିଛନ୍ତି । ଏମାନେ ୨ଟି ବାଇକରେ ଆସିଥିଲେ । ଲୁଟର ଶିକାର ହୋଇଥିବା ମହିଳା ହେଉଛନ୍ତି ସଞ୍ଜୁକ୍ତା ପାଢୀ । ଏନେଇ ଅଭିଯୋଗ ପରେ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ଓ ଗୋଷାଣି ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.