ଭ୍ୟାକ୍‌ସିନ ନେବା ପରେ ବି ଛାଡ଼ୁନି କରୋନା ଭୟ !

Published By : Prameya-News7 Bureau | January 09, 2021 IST

ନୂଆଦିଲ୍ଲୀ ୦୯/୦୧: ଭ୍ୟାକ୍ସିନ୍ ଲଗାଇବା ପରେ ବି କରୋନା ଭୟ ଲାଗି ରହୁଛି। ଭ୍ୟାକସିନ୍ ନେବା ପରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ବିଶେଷଜ୍ଞ କହୁଛନ୍ତି। କରୋନା ଭାଇରସ୍ ବିରୋଧରେ ଲଢ଼େଇ କରିବାକୁ ଭ୍ୟାକସିନ୍ ଆସିସାରିଛି। କିନ୍ତୁ କରୋନା ଟିକା ଭୂତାଣୁ ବିରୋଧରେ କେମିତି ଲଢ଼େଇ କରୁଛି ତାହା ବି ପ୍ରଶ୍ନ ଘେରରେ। ବ୍ରିଟେନର ଫାଇଜର କରୋନା ଟିକା ଲଗାଇବା ପରେ ଜଣେ ମହିଳା ନର୍ସ ୩ ସପ୍ତାହ ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହା ପୂର୍ବରୁ ଆମେରିକାର ସୈନ ଡିଆଗୋରେ ରହୁଥିବା ନର୍ସ ମ୍ୟାଥ୍ୟୁ ଡବ୍ଲୁ ଫାଇଜର ଭ୍ୟାକସିନ୍ ଲଗାଇବାର ୬ ଦିନ ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ଭ୍ୟାକ୍ସିନ୍ ନେବା ପରେ ନର୍ସ କହିଥିଲେ, ‘ଟିକା ନେବା ପରେ ଖୁସି ଲାଗିଥିବା ଯେ ଆଉ କରୋନା ହେବ ନାହିଁ। କିନ୍ତୁ ଏହି ଭାବନା ଫସର ଫାଟିଗଲା।’କିନ୍ତୁ ଟିକା ନେବା ପରେ ଡାକ୍ତରମାନେ କହିଥିଲା ଭ୍ୟାକସିନ୍ ନେବାର ୧୦ ଦିନ ପରେ ସେ କରୋନାରୁ ମୁକ୍ତି ପାଇଯିବେ।

ଜଣେ କି ଦୁଇ ଜଣ ନୁହେଁ କରୋନା ଟିକା ନେବା ପରେ ବ୍ରିଟେନର ନେସନାଲ୍ ହେଲ୍ଥ ସର୍ଭିସ୍ରେ ବହୁ ଜୁନିୟର ଡାକ୍ତର ବି ପୁଣି ଥରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରଫସେର ଟିମ ସ୍ପେକ୍ଟର କହିଛନ୍ତି।

ଫାଇଜର କମ୍ପାନୀ ଦାବି କରୁଛି ତାର ଟିକା ୯୫ ପ୍ରତିଶତ ପ୍ରଭାବଶାଳୀ। ବିଶେଷଜ୍ଞଙ୍କ ମାନେ କହୁଛନ୍ତି ଟିକା ନେବା ପରେ ଇମ୍ୟୁନିଟି ତିଆରି ହେବା ପାଇଁ ଅଧିକ ସମୟ ଲାଗିପାରେ। ତେଣୁ କରୋନା ନିୟମ ମାନି ଚଳିବା ଜରୁରୀ। ବ୍ରିଟେନର ଓ୍ବେଲ୍ସରେ ରହୁଥିବା ନର୍ସ ଟିକାର ଦ୍ବିତୀୟ ଡୋଜ୍ ନେବାକୁ ଅପେକ୍ଷା କରିଥିଲେ। ଠିକ ଏହି ସମୟରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟିକା ନେବା ପରେ ବି ସେ କରୋନା ପଜିଟିଭ୍ ଚିହ୍ନଟ ହେବାକୁ ନେଇ ଦୁଃଖି ଥିବା ବିବିସିକୁ କହିଛନ୍ତି ସମ୍ପୃକ୍ତ ନର୍ସ। ନର୍ସ ଜଣଙ୍କ କହିଛନ୍ତି ଟିକା ନେବାର ୩ ସପ୍ତାହ ପରେ ସେ ପଜିଟିଭ୍ ଚିହ୍ନଟ ହେବା ସହ ତାଙ୍କ ସ୍ବାମୀ ଓ ପିଲା ବି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.