୧୩ ବର୍ଷ ପରେ ଲାଲୁ-ପାଶ୍ୱାନଙ୍କ ସମ୍ପର୍କୀୟା କହୁଥିବା ମହିଳାଙ୍କୁ କ୍ଲିନଚିଟ୍, ରେଲଓ୍ୱେରେ ଚାକିରି ନାଁରେ ଠକିଥିବା ମାମଲାରେ ମିଳିଲାନି ପ୍ରମାଣ
9/03/2020 at 4:39 PM

ରାଞ୍ଚୀ, ୦୯|୦୩: ଲାଲୁ ପ୍ରସାଦ ଯାଦବ ଓ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ସମ୍ପର୍କୀୟ କହି ରେଳବାଇରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକିଥିବ ଅଭିଯୋଗରେ ଗିରଫ ମହିଳାଙ୍କୁ ଖଲାସ କରିବା ପାଇଁ ଦ୍ୱାରିକା କୋର୍ଟ ନିର୍ଦ୍ଦେଶ ଦେଇଚନ୍ତି। ଏହି ମାମଲାରେ ୧୩ ବର୍ଷ ଯାଏଁ ଚାଲିଥିବା ମୋକଦ୍ଦମରେ ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ମିଛ ବୋଲି ପ୍ରମାଣିତ ହୋଇଛି। ଏହାସହ କୋର୍ଟ ଅଭିଯୋଗକାରୀଙ୍କୁ କଡା ସମାଲୋଚନା ମଧ୍ୟ କରିଛନ୍ତି।

ଏହି ମାମଲାରେ ଅତିରିକ୍ତ ମୁଖ୍ୟ ମହାନଗର ବିଚାରପତି ଅରୂଣ କୁମାର ଗର୍ଗ ଶୁଣାଣି କରି ଅଭିଯୋଗକାରୀ ଅଚଳ କାଶ୍ୟପଙ୍କ ଦ୍ୱାରା ରେଣୁକା ଜୟନ୍ତଙ୍କ ବିରୋଧରେ ଲଗାଯାଇଥିବା ମାମାଲାକୁ ମିଛ ବୋଲି କହିଛନ୍ତି। ମହିଳାଜଣଙ୍କ ରେଳବାଇରେ ଚାକିରି କରାଇଦେବାକୁ କହି ୧.୭୦ ଲକ୍ଷ ଟଙ୍କା ମାଗୁଥିବା ଓ ସେ ୧.୫ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା।

କୋର୍ଟ କହିଛନ୍ତି ଯେ, ମହିଳାଙ୍କୁ ଦିଆଯାଇଥିବା ଟଙ୍କା ବାବଦରେ ଅଭିଯୋଗକାରୀଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ସେ ୨୦୦୭ରେ କୋର୍ଟରେ ରେଣୁକା, ରଜନୀଶ ଓ ବି ସିଂହଙ୍କ ବିରୋଧରେ ଠକାମୀ ଅଭିଯୋଗ ଆଣିଥିଲେ। କିନ୍ତୁ ପୋଲିସ ଏଫଆଇଆରରେ ରେଣୁକାଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଇଥିଲା। ସେ ଲାଲୁ ଓ ରାମବିଳାସ ପାଶ୍ୱାନଙ୍କ ସମ୍ପର୍କୀୟ ନୁହେଁ ବୋଲି ପ୍ରମାଣିତ ହୋଇଥିଲା।