ଏକାଥରେ ୩ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ସହ ହେଲା ଚମତ୍କାର: କୋଟିଏରେ ଗୋଟିଏ ସମ୍ଭବ

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮/୦୯ : ଆପଣ ଅନେକଥର ଶୁଣିଥିବେ ଯେ ମହିଳା ଥରକେ ଦୁଇ କିମ୍ବା ତିନି ସନ୍ତାନ ଜନ୍ମ ଦେଇଛନ୍ତି। ଦୁନିଆରେ ଏକାଥରକେ ଅଧିକ ସନ୍ତାନ ପ୍ରସବ କରିବାର ଅନେକ ମାମଲା ରହିଛି। ବିସିସିଆଇ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଏକାସାଙ୍ଗରେ ୧୦ ଟି ସନ୍ତାନ ଜନ୍ମ ଦେଇ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡର ଜଣେ ମହିଳାଙ୍କ ପ୍ରସବ ମଧ୍ୟ ବହୁତ ଖାସ କାରଣ ଏମିତି ଘଟଣା କୋଟିଏରେ ଗୋଟିଏ ସମ୍ଭବ!

{"id":519172,"sizeSlug":"large","linkDestination":"none"}

ଇଂଲଣ୍ଡର ଚେଶାୟରରେ ରହୁଥିବା ଜୀନା ଡ୍ୟୁଡନି ଗତ ବର୍ଷ ଗର୍ଭ ଧାରଣ କରିଥିଲେ। ସେ ଯେତେବେଳେ ଅଲଟ୍ରାସାଉଣ୍ଡ କରାଇଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ୩ ଶିଶୁର ମା' ହେବାକୁ ଯାଉଥିଲେ। କିନ୍ତୁ ତାଠାରୁ ବଡ ଆଶ୍ଚର୍ଯ୍ୟ କଥା ଥିଲା ତାଙ୍କର ୩ ଶିଶୁ ତାଙ୍କ ଗର୍ଭରେ ଗୋଟିଏ ହିଁ ପ୍ଳେସେଣ୍ଟା ସେୟାର କରିଛନ୍ତି। ଡାକ୍ତରଙ୍କ ଅନୁସାରେ ଏହା ଚମତ୍କାର ଏବଂ ଏହିଭଳି ମାମଲା କୋଟିଏରେ ଗୋଟିଏ ସମ୍ଭବ ହୋଇଥାଏ। ଲିଭରପୁଲ ଏକୋର ରିପୋର୍ଟ ଅନୁଯାୟୀ, ଜିମି, ଜେନସନ ଓ ଜ୍ୟାକସନ ପ୍ରିମେଚ୍ୟୋର ଶିଶୁ ଓ ତାଙ୍କ ଜନ୍ମ ଏକାସାଙ୍ଗେ ହୋଇଥିଲା। ଚଳିତ ବର୍ଷ ଏପ୍ରିଲ ୨୬ ତାରିଖରେ ୩ ଶିଶୁଙ୍କ ଜନ୍ମ ହୋଇଛି।

ଜୀନା କହିଛନ୍ତି, ଯେତେବେଳେ ସେ ଗର୍ଭବତୀ ଥିଲେ ତାଙ୍କ ମୁଣ୍ଡ ବହୁତ ବିନ୍ଧୁଥିଲା। ତାଙ୍କୁ ରାତିରେ ନିଦ ହେଉନଥିଲା। ସେ କହିଛନ୍ତି ଯେ, ସ୍କାନ କରିବା ପୂର୍ବରୁ ସେ ଅନୁଭବ କରିଥିଲେ ଯେ ତାଙ୍କ ଗର୍ଭରେ ଏକାଧିକ ଶିଶୁ ବଢୁଛନ୍ତି। କିନ୍ତୁ ସ୍କାନ ପରେ ସେ ଚକିତ ହୋଇଯାଇଥିଲେ ଯେ ତାଙ୍କ ଗର୍ଭରେ ଗୋଟିଏ ନୁହେଁ ୩ଟି ଶିଶୁ ଅଛନ୍ତି। ୨୪ ସପ୍ତାହରେ ସେ ଜାଣିବାକୁ ପାଇଲେ ଯେ ସେ ୩ ଶିଶୁ ପୁତ୍ରଙ୍କୁ ଜନ୍ମ ଦେବେ। କିନ୍ତୁ ଜୀନାଙ୍କ ଗର୍ଭରେ ୩ ଶିଶୁ କିନ୍ତୁ ଗୋଟିଏ ପ୍ଳେସେଣ୍ଟା ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

{"id":519173,"sizeSlug":"full","linkDestination":"none"}

ପ୍ଳେସେଣ୍ଟା ବା ଅପରା ଗର୍ଭଧାରଣ ପରେ ବିକଶିତ ହେଉଥିବା ଏକ ଅଙ୍ଗ। ଏହା ଜରିଆରେ ଶିଶୁଙ୍କ ପାଖରେ ପୋଷକ ତତ୍ତ୍ୱ ପହଞ୍ଚିଥାଏ। ଏହା ଦ୍ୱାରା ହିଁ ଭୃଣର ଶରୀର ଠିକ ଭାବେ ବିକଶିତ ହୋଇଥାଏ। ଡାକ୍ତର କହିଛନ୍ତି ଯେ ମେଡିକାଲ କ୍ଷେତ୍ରରେ ଏହା ବହୁତ ଦୁର୍ଲଭ। କୋଟିଏରେ ଏହିଭଳି ଘଟଣା ଥରେ ଦେଖିବାକୁ ମିଳେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.