ଶିଶୁ ବଦଳରେ ମହିଳା ଜନ୍ମଦେଲେ ଘୋଡା ଛୁଆ, ବିଶ୍ବାସ ନହେଲେ ବି ସତ

Published By : Prameya-News7 Bureau | December 10, 2018 IST

ନାଇଜେରିଆ ୧୦|୧୨:   କିଛି ସତ୍ୟ ଏପରି ହୋଇଥାଏ ଯାହା ଉପରେ ବିଶ୍ବାସ କରିବା ଭଗବାନଙ୍କ ଉପରେ ବିଶ୍ବାସ କରିବା ଭଳି ହୋଇଥାଏ । ଯଦି କେହି କୁହେ ଭଗବାନଙ୍କୁ ସେ ଦେଖିଛନ୍ତି ବୋଲି ତେବେ ଅବଶ୍ୟ ଆପଣ ବିଶ୍ବାସ କରିପାରିବେ । ମାତ୍ର ଯଦି କେହି କୁହେ କି ଜଣେ ମହିଳା ଗୋଟିଏ ଘୋଡାଛୁଆକୁ ଜନ୍ମ ଦେଇଛନ୍ତି, ତେବେ ଅବଶ୍ୟ ଆପଣ ତାଙ୍କୁ ପାଗଳ ବୋଲି କହିବେ । ମାତ୍ର ଏହା ସତ୍ୟ ଅଟେ।

ନାଇଜେରିଆରେ ଜଣେ ମହିଳା ୪ଟି ଗୋଡ ଥିବା ଏକ ଛୁଆକୁ ଜନ୍ମ ଦେଇଛନ୍ତି । ଏହି ଛୁଆଟି ଦେଖିବାକୁ ଘୋଡା ଭଳି । ଏକଥା ଯିଏ ଶୁଣୁଛି ସେ ମଧ୍ୟ ଭାବୁଛି ଯେ କେମିତି ଏଭଳି ହୋଇପାରେ । ସୂଚନା ଅନୁସାରେ ମହିଳା ଜଣଙ୍କ ସାଧାରଣ ମହିଳାଙ୍କ ଭଳି ସ୍ବଭାବିକ ଭାବେ ଗର୍ଭବତୀ ଥିଲେ । ହଠାତ୍ ଦିନେ ସ୍ପାଲେ-ବେନିନ ରୋଡ୍ ରେ ଏକ ଚର୍ଚ୍ଚ ବାହାରେ ତାଙ୍କ ଗର୍ଭ ଯନ୍ତ୍ରଣା ହେଲା ।  ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କର ସେହିଠାରେ ହିଁ ପ୍ରସବ କରାଗଲା । ପ୍ରସବ ସମୟରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ମହିଳା ଜଣଙ୍କ ୪ଟି ଗୋଡ ଥିବା ଛୁଆକୁ ଜନ୍ମ ଦେଇଥିଲେ । ପ୍ରଥମେ ମହିଳାଙ୍କ ପରିବାରଲୋକ ଏହା ଶୁଣି ବିଶ୍ବାସ କରିପାରିନଥିଲେ । ପରେ ଛୁଆଟିକୁ ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଛୁଆର ମୁହଁ ମଧ୍ୟ ଘୋଡା ଭଳି ଦେଖିବାକୁ । ଯେତେ ଯେତେ ଛୁଆଟି ବିଷୟରେ ଲୋକମାନେ ଜାଣିଲେ ସେତେସେତେ ଛୁଆଟିକୁ ଦେଖିବାକୁ ଲୋକଙ୍କ ଭିଡ ଜମିଲା । ଏହି ଛୁଆଟିର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ଏହାକୁ ଭଗବାନଙ୍କ ଚମତ୍କାର ମାନୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.