ଗାଁରେ ଜନ୍ମ ହୋଇଛି ୩ଟି ଗୋଡ ଥିବା ଶିଶୁ: ଦେବତାଙ୍କ ରୂପ କହି ଗ୍ରାମବାସୀ କରୁଛନ୍ତି ପ୍ରଣାମ

Published By : Prameya-News7 Bureau | October 05, 2020 IST

ଗାଜିପୁର ୦୫/୧୦ : ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଗାଜିପୁର ଜିଲ୍ଲାରେ ୩ଟି ଗୋଡ ଥିବା ଏକ ଶିଶୁ ଜନ୍ମ ହୋଇଛି। ଶିଶୁକୁ ଦେଖି ପରିବାର ସହ ଗ୍ରାମବାସୀ ମଧ୍ୟ ଆଶ୍ଚର୍ଯ୍ୟ। କିଛି ଲୋକ ଶିଶୁକୁ ଦେବତାଙ୍କ ରୂପ ବୋଲି କହିଛନ୍ତି। ଶିଶୁ ଜନ୍ମ ହେବାର କିଛି ସମୟରେ ଏହି କଥା ଆଖପାଖ ଅଞ୍ଚଳରେ ବ୍ୟାପିଯାଇଥିଲା। ମାମଲା ଜାଣିବା ପରେ ଆଖପାଖ ଅଞ୍ଚଳରୁ ଲୋକେ ଶିଶୁକୁ ଦେଖିବା ପାଇଁ ଗାଁରେ ଭିଡ ଜମାଇଛନ୍ତି। କିଛି ଲୋକେ ଶିଶୁକୁ ଦେବତାଙ୍କ ରୂପ କହି ପ୍ରଣାମ ମଧ୍ୟ କରୁଛନ୍ତି।

{"id":338910,"sizeSlug":"large"}

ସୂଚନା ଅନୁଯାୟୀ, ମାମଲା ଗାଜିପୁର ଜିଲ୍ଲା ବିରନୋ ଥାନା ଅନ୍ତର୍ଗତ ତିୟରା ଗାଁର। ତିୟରା ଗ୍ରାମବାସୀ ପ୍ରିୟଙ୍କା ଦେବୀ ସେପ୍ଟେମ୍ବର ୨୯ ତାରିଖରେ ଏହି ଶିଶୁକୁ ଜନ୍ମ ଦେଇଥିଲେ। ଶିଶୁର ଆଉ ଗୋଟିଏ ଗୋଡ ତାର ଗୁପ୍ତାଙ୍ଗ ସହ ଯୋଡି ହୋଇରହିଛି। ଆଉ ଏକ ବିଶେଷ କଥା ହେଲା ଶିଶୁର ତୃତୀୟ ଗୋଡରେ ୬ଟି ଆଙ୍ଗୁଠି ରହିଛି। ତେବେ ପରିବାର ଲୋକ କହିଛନ୍ତି ଯେ ଶିଶୁ ସୁସ୍ଥ ଅଛି। ଶିଶୁ ସାମାନ୍ୟ ଶିଶୁ ଭଳି ହିଁ ବ୍ୟବହାର କରୁଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଶିଶୁଟି ଗ୍ରାମବାସୀଙ୍କ ପାଇଁ କୌତୁହଳର ବିଷୟ। ଅନେକ ଦୂର ବାଟରୁ ମଧ୍ୟ ଲୋକେ ଶିଶୁକୁ ଦେଖିବାକୁ ଆସୁଛନ୍ତି। ଶିଶୁର ପିତା ବିବେକାନନ୍ଦ ରାମଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ଶିଶୁର ଚିକିତ୍ସା ପାଇଁ ତାଙ୍କ ପାଖରେ ଯଥେଷ୍ଟ ଅର୍ଥ ନାହିଁ। ସେଥିପାଇଁ ଶିଶୁର ଚିକିତ୍ସା ପାଇଁ ସେ ଲୋକଙ୍କୁ ସାହାଯ୍ୟ ମାଗୁଛନ୍ତି। ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସାହାଯ୍ୟ ମାଗିଛନ୍ତି। ଏହି ମାମଲାରେ ଏସିଏମଓ ଉମେଶ କୁମାର କହିଛନ୍ତି ଯେ ଏହା ଏକ ଅଲଗା ପ୍ରକାର ରୋଗ। ଏହାକୁ କଂଜେନିଟଲ ଅନୋମିଲି କୁହାଯାଏ। ପୀଡିତର ଯାଞ୍ଚ ପରେ ହିଁ କୁହାଯାଇପାରେ ଯେ ଚିକିତ୍ସା ଦ୍ୱାରା ସୁସ୍ଥ ହେବାର ସମ୍ଭାବନା ଅଛି ନା ନାହିଁ। ଗର୍ଭବତୀ ମହିଳା ଯଦି ରେଡ଼ିଏସନ ସଂସ୍ପର୍ଶରେ ଆସିଥାନ୍ତି କିମ୍ବା କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଫଳରେ ଏହିଭଳି ଶିଶୁ ଜନ୍ମ ହୁଅନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.