ଡାକ୍ତର କହିଥିଲେ ଗର୍ଭରେ ଅଛନ୍ତି ୭ ଶିଶୁ, କିନ୍ତୁ ୯ଟି ସନ୍ତାନ ଜନ୍ମ ଦେଲେ ମହିଳା, ୪ ପୁଅ-୫ ଝିଅ ସମସ୍ତେ ସୁସ୍ଥ

Published By : Prameya-News7 Bureau | May 05, 2021 IST

ନୂଆଦିଲ୍ଲୀ ୫।୫: ଜଣେ ମା’ ଗର୍ଭରୁ ଏକାସହ ଦୁଇଟି, ତିନୋଟି କିମ୍ବା ଚାରୋଟି ସନ୍ତାନର ଜନ୍ମ ଏକ ସାଧାରଣ କଥା କିନ୍ତୁ ଯଦି ଜଣେ ମହିଳା ଏକାସହ ୯ଟି ସନ୍ତାନ ଜନ୍ମ ଦିଅନ୍ତି ତାହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ । ପ୍ରକୃତରେ ମାଲିର ଜଣେ ମହିଳା ମୋରକୋରେ ମଙ୍ଗଳବାର ଏକାସହ ୯ଟି ସନ୍ତାନ ଜନ୍ମ ଦେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳାଙ୍କ ସମସ୍ତ ସନ୍ତାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ମାଲି ସରକାର ୨୫ ବର୍ଷ ବୟସ୍କ ହଲିମା ସିଜେଙ୍କୁ ଉତ୍ତମ ଚିକିତ୍ସା ପାଇଁ ମାର୍ଚ୍ଚ ୩୦ରେ ମୋରକୋ ପଠାଇଦେଇଥିଲେ । ପୂର୍ବରୁ କୁହାଯାଉଥିଲା ଯେ ହଲିମାଙ୍କ ଗର୍ଭରେ ୬ଟି ସନ୍ତାନ ଅଛନ୍ତି । ଏକାସହ ଗୋଟିଏ ଗର୍ଭରୁ ୬ଟି ଶିଶୁର ଜନ୍ମ ଅସ୍ବାଭାବିକ ଏବଂ ୯ଟି ସନ୍ତାନର ଜନ୍ମ ଆହୁରି ଅସାମାନ୍ୟ ।

ମୋରକୋ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଏପରି ୯ ଜଣ ଶିଶୁଙ୍କ ଜନ୍ମ ବିଷୟରେ କୌଣସି ସୂଚନା ନାହିଁ । କିନ୍ତୁ ମାଲିର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ହଲିମା ସିଜେ ପାଞ୍ଚ କନ୍ୟା ଏବଂ ଚାରି ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ମାଲିର ସ୍ବାସ୍ଥ୍ୟମନ୍ତ୍ରୀ ଫାଣ୍ଟା ସିବି AFPକୁ କହିଛନ୍ତି ଯେ, ମା’ ଏବଂ ଶିଶୁ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.