Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଏକାଥରେ ୭ଟି ଶିଶୁ ଜନ୍ମ ଦେଲେ ୨୫ ବର୍ଷ ବୟସ୍କା ମହିଳା

17/02/2019 at 5:38 PM

ଇରାକରେ ଜଣେ ୨୫ ବର୍ଷ ବୟସ୍କା ମହିଳା ଏକାଥରେ ୭ଟି ଶିଶୁ ଜନ୍ମ ଦେଇଛନ୍ତି | ଶିଶୁ ମାନଙ୍କ ମଧ୍ୟରେ ୱାଚନ୍ତୁ ୬ଜଣ ଶିଶୁ କନ୍ୟା ଏବଂ ଜଣେ ପୁତ୍ର ସନ୍ତାନ | ଇରାକରେ ଜଣେ ମା’ ଏକାଥରେ ୭ଟି ଶିଶୁ ଜନ୍ମ କରିଥିବା ଏହା ପ୍ରଥମ ଘଟଣା | ପୂର୍ବ ଇରାକର ଦିୟାଲୀ ପ୍ରୋଭିନ୍ସର ଏକ ହସ୍ପିଟାଲରେ ମହିଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି | ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଏବଂ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ଅଛି | ମହିଳାଙ୍କର ପୂର୍ବରୁ ୩ଟି ସନ୍ତାନ ଅଛନ୍ତି | ମହିଳାଙ୍କ ସ୍ୱାମୀ ୟୁସେଫ ଫିଦଲ କହିଛନ୍ତି ଯେ, ସେମାନେ ପରିବାର ବଢାଇବା ପାଇଁ କୌଣସି ଯୋଜନା କରିନଥିଲେ | ଏବେ ୭ଟି ଶିଶୁ ଜନ୍ମ ହେବା ପରେ ତାଙ୍କୁ ୧୦ଟି ସନ୍ତାନଙ୍କ ଭରଣପୋଷଣ କରିବାକୁ ହେବ ବୋଲି କହିଛନ୍ତି |


ଏହା ପୂର୍ବରୁ ୧୯୯୭ ମସିହାରେ ଆମେରିକାର ଲୋବା ସହରରେ ଜଣେ ମହିଳା ୭ଟି ଶିଶୁ ଜନ୍ମ ଦେଇ ଚର୍ଚ୍ଚାର ବିଷୟ ପାଲଟିଥିଲେ | ଦୁନିଆରେ ୭ଟି ଜୀବନ୍ତ ଏବଂ ସୁସ୍ଥ ଶିଶୁଙ୍କୁ ଜନ୍ମ ଦେଇଥିଲେ ଆମେରିକାର ଜଣେ ମହିଳା | ମହିଳା ଗର୍ଭବତୀ ଥିବାବେଳେ ଯେତେବେଳେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଗର୍ଭରେ ୭ଟି ଶିଶୁ ଅଛନ୍ତି ସେତେବେଳେ ସେ ଗର୍ଭ ନଷ୍ଟ କରିବା ପାଇଁ ମନା କରିଦେଇଥିଲେ | ସେ କହିଥିଲେ ଏବେ ସବୁ ଭଗବାନଙ୍କ ଉପରେ ନିର୍ଭର କରୁଛି | ୭ଟି ସୁସ୍ଥ ଶିଶୁଙ୍କୁ ଜନ୍ମ ଦେଇଥିବା ଯୋଗୁଁ ମହିଳାଙ୍କର ବହୁତ ଚର୍ଚ୍ଚା ହୋଇଥିଲା |

   Related Posts