Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୯ ମିନିଟରେ ୬ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

16/03/2019 at 1:32 PM

ଟେକ୍ସସ ୧୬/୩ : ଟେକ୍ସସର ହ୍ୟୁଷ୍ଟନରେ ଜଣେ ମହିଳା ଏକସଙ୍ଗେ ୬ ଶିଶୁକୁ ଜନ୍ମ ଦେଇଛନ୍ତି | ଦୁନିଆରେ ୪.୭ କୋଟି ମହିଳାଙ୍କ ମଧ୍ୟରୁ କେହି ଜଣେ ମହିଳା ହିଁ ଏକସଙ୍ଗେ ୬ ଶିଶୁକୁ ଜନ୍ମ ଦେଇଛନ୍ତି | ମହିଳାଙ୍କ ସହ ହସ୍ପିଟାଲ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ମହିଳା ଆମେରିକାର ‘ଦ ଉମେନ୍ସ ହସ୍ପିଟାଲ ଅଫ ଟେକ୍ସସ’ରେ ୬ ଶିଶୁକୁ ଜନ୍ମ ଦେଇଛନ୍ତି |

ହସ୍ପିଟାଲ ଅଧିକାରୀ କହିଛନ୍ତି ଯେ, ଥେଲମା ଚୈକା ନାମକ ମହିଳା ମାର୍ଚ୍ଚ ୧୫ ତାରିଖରେ ସକାଳ ୪ଟା ୫୦ ମିନିଟରୁ ୪ଟା ୫୯ ମିନିଟ ମଧ୍ୟରେ ୬ଟି ଶିଶୁକୁ ଜନ୍ମ ଦେଇଛନ୍ତି | ଏମାନଙ୍କ ମଧ୍ୟରୁ ୪ ପୁତ୍ର ସନ୍ତାନ ଏବଂ ୨ଟି କନ୍ୟା ସନ୍ତାନ ଅଛନ୍ତି | ଶିଶୁଙ୍କୁ ଜନ୍ମ ଦେବା ପରେ ଥେଲମା ଚୈକା ସମ୍ପୂର୍ଣ ସ୍ଵସ୍ଥ ଅଛନ୍ତି |


ହସ୍ପିଟାଲ ବୟାନ ଅନୁଯାୟୀ, ଶିଶୁଙ୍କ ଓଜନ ୮୦୦ ଗ୍ରାମ ରୁ ଆରମ୍ଭ କରି ୮୫୦ ଗ୍ରାମ ମଧ୍ୟରେ ରହିଛି | ସମସ୍ତ ଶିଶୁଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି | ନବଜାତ ଶିଶୁଙ୍କୁ ହସ୍ପିଟାଲର ଶିଶୁ ବିଭାଗରେ ରଖାଯାଇଛି | ଶିଶୁଙ୍କ ପୁରା ଯତ୍ନ ନିଆଯାଉଛି | ଥେଲମା ଚୈକା ନିଜ ୨ କନ୍ୟା ସନ୍ତାନଙ୍କ ନାଁ ମଧ୍ୟ ରଖି ସାରିଛନ୍ତି | ୨ କନ୍ୟା ସନ୍ତାନଙ୍କ ନାଁ ଜୀନା ଏବଂ ଜୂରିୟଲ ରଖିଛନ୍ତି |

   Related Posts