Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

୧୪ ବର୍ଷ ହେଲା କୋମାରେ ଥାଇ ଶିଶୁ ଜନ୍ମ ଦେଇଛନ୍ତି ମହିଳା: ଯୌନ ହିଂସା ମାମଲା ରୁଜ୍ଜୁ କରି ଯାଞ୍ଚ କରୁଛି ପୋଲିସ

5/01/2019 at 6:41 PM

ପାଖାପାଖି ୧୪ ବର୍ଷ ହେଲା କୋମାରେ ଥିବା ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି | ପୋଲିସ ଯୌନ ହିଂସା ମାମଲା ରୁଜ୍ଜୁ କରି ଯାଞ୍ଚ ଆରମ୍ଭ କରିଛି | ତେବେ ଏଠାରେ ପ୍ରଶ୍ନ ଉଠୁଛୁ ମହିଳା କୋମା ଅବସ୍ଥାରେ କାହା ସହ ସମ୍ପର୍କ ସ୍ଥାପନ କଲେ କେମିତି ? ଘଟଣା ଆମେରିକାରା ଏରିଜୋନା ଅଂଚଳର |


ରିପୋର୍ଟ ଅନୁଯାୟୀ, ପାଖାପାଖି ୧୪ ବର୍ଷ ପୂର୍ବରୁ ପାଣିରେ ବୁଡି ଯାଇଥିଲେ ମହିଳା | ତାଙ୍କୁ ଉଦ୍ଧାର କରାଯାଇଥିଲା | କିନ୍ତୁ ଉଦ୍ଧାର ପରଠୁ ୧୪ ବର୍ଷ ହେଲା ସେ କୋମା ଅବସ୍ଥାରେ ଅଛନ୍ତି | ମହିଳାଙ୍କ ପ୍ରସବ ପୂର୍ବରୁ ହସ୍ପିଟାଲ କର୍ମଚାରୀ ମଧ୍ୟ ଜାଣିନଥିଲେ ମହିଳା ଗର୍ଭବତୀ ଥିଲେ | ତେବେ ଶିଶୁର ପିତା କିଏ ତାହା ହସ୍ପିଟାଲ ଅଧିକାରୀ ଯାଞ୍ଚ କରୁଛନ୍ତି | ମହିଳା ଗତ ଡିସେମ୍ବର ୨୯ ତାରିଖରେ ଏକ ଶିଶୁକୁ ଜନ୍ମ ଦେଇଥିଲେ | ଶିଶୁରା ଅବସ୍ଥା ଭଲ ଥିବା ଜଣାପଡିଛି |


ସୂଚନାଯୋଗ୍ୟ ଯେ, ମହିଳାଙ୍କୁ ହସ୍ପିଟାଲରେ ଲଗାତାର କିଛି କିଛି ସହାୟତା ଦରକାର ପଡିଥାଏ | ଯେଉଁଥିପାଇଁ ସେ ରହୁଥିବା କେବିନରେ ହସ୍ପିଟାଲ କର୍ମଚାରୀ ସବୁବେଳେ ଯିବା ଆସିବା କରିଥାନ୍ତି | ତେବେ ମହିଳାଙ୍କ ସହ ଏଭଳି ଅମାନୁଷିକ କାମ କିଏ କରିଛି ତାହା ଜଣାପଡିନାହିଁ | ଶିଶୁ ଜନ୍ମ ପରେ ମହିଳାଙ୍କ କେବିନକୁ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି | ତେବେ ନର୍ସିଙ୍ଗ ଅଧିକାରୀ ଏହି ମାମଲାରେ କିଛି ନକହି ଚୁପ ରହିଛନ୍ତି |

   Related Posts