୭୦ ବର୍ଷ ବୟସରେ ପ୍ରଥମଥର ପାଇଁ ମା' ହେଲେ ମହିଳା: ଏହି ଉପାୟରେ ଆରମ୍ଭ କରାଯାଇଥିଲା ଋତୁସ୍ରାବ

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫/୧୦ : ସାଧାରଣତଃ ଗର୍ଭଧାରଣ ପାଇଁ ଜଣେ ମହିଳାଙ୍କ ବୟସ ୩୦ ହେବା ସର୍ବୋତ୍ତମ। ଏହି ବୟସ ପରେ ଗର୍ଭ ଧାରଣରେ ସମସ୍ୟା ହୋଇଥାଏ ବୋଲି କୁହାଯାଏ। ଗୁଜୁରାଟରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଗୁଜୁରାଟର ଏକ ଗାଁରେ ଜଣେ ମହିଳା ୭୦ ବର୍ଷ ବୟସରେ ମା' ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। IVF ଜରିଆରେ ଏହା ସମ୍ଭବ ହୋଇଛି। ଯେଉଁ ବୟସରେ ଲୋକେ ନାତି-ନାତୁଣୀ ଖେଳାନ୍ତି ସେ ବୟସରେ ମହିଳା ପ୍ରଥମଥର ପାଇଁ ମା' ହୋଇଛନ୍ତି।

ମହିଳା ଜଣକ ହେଲେ ଜିବୁବେନ ବଲଭାଇ ରବାରି। ଜିବୁବେନ ଓ ତାଙ୍କ ସ୍ୱାମୀ ଗତ ୪୫ ବର୍ଷ ହେଲା ଶିଶୁ ଜନ୍ମ କରିବାକୁ ପ୍ରୟାସ କରୁଥିଲେ। କ୍ଷୀର ବିକ୍ରି କରୁଥିବା ଏହି ଦମ୍ପତି ବହୁ ଚେଷ୍ଟା ସତ୍ତ୍ୱେ ବାପା-ମା' ହୋଇପାରିନଥିଲେ। କିଛି ମାସ ପୂର୍ବରୁ ବୃଦ୍ଧ ଦମ୍ପତ୍ତି ଜଣେ ସ୍ତ୍ରୀରୋଗ ବିଶେଷଜ୍ଞଙ୍କୁ ଯୋଗାଯୋଗ କରିଥିଲେ। ଡାକ୍ତର ତାଙ୍କୁ IVF ଜରିଆରେ ଗର୍ଭଧାରଣ କରିବ ତରିକା ବତାଇଥିଲେ। ଏହି ପ୍ରକ୍ରିୟାରେ ଜିବୁବେନଙ୍କ ପରିବାରର ଅନେକ ମହିଳା ସନ୍ତାନ ସୁଖ ପ୍ରାପ୍ତ କରିଥିଲେ। କିନ୍ତୁ ଜିବୁବେନଙ୍କ ବୟସ ଏଥିପାଇଁ ବାଧା ସାଜିଥିଲା।

{"id":533084,"sizeSlug":"full","linkDestination":"none"}

୭୦ ବର୍ଷୀୟ ଜିବୁବେନଙ୍କ ମାସିକ ଋତୁସ୍ରାବ ୫୦ ବୟସରେ ବନ୍ଦ ହୋଇଯାଇଥିଲା। ଏପରି ପରିସ୍ଥିତିରେ ଇଞ୍ଜେକ୍ସନ ମାଧ୍ୟମରେ ଜିଭବେନଙ୍କ ଋତୁସ୍ରାବ ଆରମ୍ଭ କରାଯାଇଥିଲା। ବୟସ ହେତୁ ତାଙ୍କ ଗର୍ଭାଶୟ ସଂକୀର୍ଣ୍ଣ ହୋଇଯାଇଥିଲା। ତାକୁ ପୁଣି ବୃଦ୍ଧି କରାଯାଇଥିଲା। ଏହାପରେ ଡାକ୍ତର ତାଙ୍କ ଗର୍ଭାଶୟରେ କେବଳ ଗୋଟିଏ ଭ୍ରୁଣ ରଖିଥିଲେ। ସାଧାରଣତ IVF ରେ ଅନେକ ଭ୍ରୁଣ ଭର୍ତ୍ତି କରାଯାଇଥାଏ, ଯାହାଦ୍ୱାରା ସେଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଗର୍ଭଧାରଣ ହୋଇପାରିବ। କିନ୍ତୁ ଜିବୁବେନଙ୍କ ବୟସରେ, ତାଙ୍କ ଗର୍ଭାଶୟ କେବଳ ଗୋଟିଏ ଭ୍ରୁଣ ଧାରଣ କରିବା ସ୍ଥିତିରେ ଥିଲା। ଏହାର ୧୫ ଦିନ ପରେ ପଋଖା କରାଯାଇଥିଲା। ପରୀକ୍ଷାରେ ଜଣାପଡିଥିଲା ଯେ ଜିବୁବେନ୍ ଗର୍ଭବତୀ ଅଛନ୍ତି। ଏହା କୌଣସି ଚମତ୍କାର ଠାରୁ କମ ନଥିଲା।

ତେବେ ବୟସ ହେତୁ ତାଙ୍କ ଗର୍ଭଧାରଣ ବହୁତ କଷ୍ଟସାଧ୍ୟ ଥିଲା। ଅଷ୍ଟମ ମାସରେ ତାଙ୍କର ବିପି ଏତେ ବୃଦ୍ଧି ପାଇଲା ଯେ ଡାକ୍ତରଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରି ଶିଶୁକୁ ପ୍ରସବ କରିବାକୁ ପଡିଲା। ଡାକ୍ତର ନରେଶ କହିଛନ୍ତି ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆଇଭିଏଫ୍ ମାଧ୍ୟମରେ ହଜାର ହଜାର ପିଲାଙ୍କୁ ଜନ୍ମ ଦେଇଛନ୍ତି, କିନ୍ତୁ ଏତେ ବୟସରେ ପ୍ରସବ କରିବାର ଏହା ପ୍ରଥମ ଘଟଣା। ମହିଳାମାନଙ୍କୁ ଏପରି ବୃଦ୍ଧାବସ୍ଥାରେ ଗର୍ଭଧାରଣ ନକରିବାକୁ ସେ ପରାମର୍ଶ ଦେଇଥିଲେ। ବର୍ତ୍ତମାନ, ଜିବୁବେନଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେ ମା' ହେବାର ଖୁସି ଅନୁଭବ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.