ପ୍ରୟାଗରାଜ ୮/୧ : ପ୍ରୟାଗରାଜରେ ଚାଲିଛି କୁମ୍ଭମେଳା | ମୋକ୍ଷ ପ୍ରାପ୍ତି ପାଇଁ କୁମ୍ଭମେଳାରେ ପହଁଚିଥିବା ତୀର୍ଥଯାତ୍ରୀଙ୍କ ପାଇଁ ତିଆରି ହୋଇଥିବା ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି | ଘରଲୋକେ ଶିଶୁର ନାଁ ପ୍ରୟାଗ ରଖିଛନ୍ତି | ହସ୍ପିଟାଲ କର୍ମୀ ଶିଶୁକୁ ପ୍ରୟାଗ ପୁତ୍ର ବୋଲି ନାଁ ଦେଇଛନ୍ତି | କୁମ୍ଭମେଳା ପ୍ରଭାରୀ ଡାକ୍ତର ଅଶୋକ କୁମାର କହିଛନ୍ତି ଯେ, ପ୍ରସୂତି ମହିଳାଙ୍କୁ ଜନନୀ ସୁରକ୍ଷା ଯୋଜନାର ଲାଭ ମିଳିବ | ଜନ୍ମ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି |
{"id":71747}କଲ୍ଲୁଙ୍କ ଘର ମିର୍ଜାପୁର ଗଡ଼ବଡ଼ଧାମରେ | କଲ୍ଲୁ ସ୍ୱାସ୍ଥ୍ୟ ବିଭାଗର ଠିକା କର୍ମଚାରୀ ଭାବେ କାର୍ଯ୍ୟରତ | ତାଙ୍କୁ ସଙ୍ଗମ କୁଳ ସଫା ସଫି କରିବା ଦାୟିତ୍ୱ ଦିଆଯାଇଥିଲା | ତାଙ୍କ ସହ ତାଙ୍କ ସ୍ତ୍ରୀ ରଜନୀ ମଧ୍ୟ ଯାଇଥିଲେ | ସଫେଈ କର୍ମଚାରୀଙ୍କ ପାଇଁ ତିଆରି ହୋଇଥିବ ଆଶ୍ରୟସ୍ଥଳୀରେ ଦମ୍ପତ୍ତି ରହୁଥିଲେ | ରଜନୀ ଗର୍ଭବତୀ ଥିଲେ | ସୋମବାର ସକାଳୁ ରଜନୀଙ୍କୁ ପ୍ରସବ ପୀଡା ହୋଇଥିଲା | ତାଙ୍କୁ ସଂଗେ ସଂଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କେନ୍ଦ୍ରୀୟ ହସ୍ପିଟାଲରେ ଏହା ପ୍ରଥମ ପ୍ରସବ | ସହଜ ପ୍ରସବ ଦ୍ୱାରା ରଜନୀ ଏକ ସୁସ୍ଥ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ | ଶିଶୁର ଓଜନ ଜନ୍ମବେଳେ ୨.୫ କେଜି ଥିଲା |
{"id":71746}ଡାକ୍ତର ଅଶୋକ କୁମାର କହିଛନ୍ତି ଯେ, ରଜନୀଙ୍କୁ ଜେଏସବାଇ ଯୋଜନାର ଲାଭ ପାଇଁ ସିଏମଓଙ୍କୁ ନିର୍ଦେଶ ଦିଆଯାଇଛି | ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ମିଳିବ କ୍ଷଣି କାମ ଆଗକୁ ବଢିବ | ହସ୍ପିଟାଲର ଡାକ୍ତର ଶକ୍ତି ବାସୁ କହିଛନ୍ତି ଯେ, କେନ୍ଦ୍ରୀୟ ହସ୍ପିଟାଲ ୨୪ ଘଣ୍ଟା ସେବାରେ ନିୟୋଜିତ ରହିଛି | ଏଠାରେ ପ୍ରସବ ସହ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଉଛି ଏବଂ ସମସ୍ତ ଚିକିତ୍ସା କରାଯାଉଛି |