ଅଦ୍ଭୁତ : ମହିଳା ଜନ୍ମ ଦେଲେ ଦୁଇଟି ମୁଣ୍ଡ ବିଶିଷ୍ଟ ଶିଶୁ
5/03/2019 at 2:54 PM

ସାହାଜାହାନପୁର ୫/୩ : ମହାଶିବରାତ୍ରି ଦିନ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା | ସାହାଜାହାନପୁରର ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା | ମହିଳା ଗର୍ଭବତୀ ଥିଲେ | ତାଙ୍କର ପ୍ରସବ ପୀଡା ହେବାରୁ ତାଙ୍କୁ ଅପରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ମହିଳା ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ | ଶିଶୁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | କାରଣ ଶିଶୁର ଦୁଇଟି ମୁଣ୍ଡ ଥିଲା | ଜନ୍ମ ପରେ ଶିଶୁର ସ୍ୱାସ୍ଥ୍ୟ ମଧ୍ୟ ଭଲ ଥିଲା |
ଦୁଇଟି ମୁଣ୍ଡ ବିଶିଷ୍ଟ ଶିଶୁ ଜନ୍ମ ଦେଇଥିବା ମହିଳା ହେଲେ ୨୩ ବର୍ଷ ବୟସ୍କା ରାଜେଶ୍ୱରୀ | ଏହା ତାଙ୍କର ପ୍ରଥମ ଶିଶୁ | ମହିଳା ୭ ମାସର ଗର୍ଭବତୀ ଥିଲେ | ୭ ମାସରେ ସୋମବାର ଦିନ ହଠାତ ତାଙ୍କର ପ୍ରସବ ପୀଡା ଆରମ୍ଭ ହୋଇଥିଲା | ମହିଳାଙ୍କ ଦେହରେ ଦରକାର ଅନୁଯାୟୀ ରକ୍ତ ନଥିବାରୁ ଡାକ୍ତର ବିଜୟ ପାଠକ ରକ୍ତ ଯୋଗାଡ କରିଥିଲେ ଏବଂ ବିଶେଷଜ୍ଞଙ୍କୁ ଡାକିଥିଲେ | ଅପରେସନ ଗୃହରେ ଅପରେସନ ପାଇଁ ପ୍ରସ୍ତୁତ ହେବାବେଳେ ରାଜେଶ୍ୱରୀ ଶିଶୁ ଜନ୍ମ ଦେଇଥିଲେ | ଶିଶୁର ଦୁଇଟି ମୁଣ୍ଡ ଥିବା ଦେଖି ନର୍ସ ଡାକ୍ତରଙ୍କୁ ଡାକିଥିଲେ | ସାମାନ୍ୟ ପ୍ରସବ ପରେ ମଧ୍ୟ ଶିଶୁ ଜୀବିତ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ହସ୍ପିଟାଲ କର୍ମଚାରୀ |
ଡାକ୍ତର ବିଜୟ ପାଠ କହିଛନ୍ତି ଯେ, ତାଙ୍କର ଡାକ୍ତରୀ କ୍ୟାରିଅର ଏହା ପ୍ରଥମ ଘଟଣା | ଶିଶୁ ଗର୍ଭସ୍ଥ ଥିବାବେଳେ କୌଣସି ଅସୁବିଧା ଯୋଗୁଁ ଶିଶୁର ଦୁଇଟି ମୁଣ୍ଡ ହୋଇଯାଇଛି ବୋଲି କହିଥିଲେ ଡାକ୍ତର | ସାମାନ୍ୟ ପ୍ରସବ ପରେ ମଧ୍ୟ ଉଭୟ ମହିଳା ଏବଂ ଶିଶୁ ସୁସ୍ଥ ଅଛନ୍ତି ଏବଂ ଏହା ଏକ ଆଶ୍ଚର୍ଯ୍ୟ ଘଟଣା ବୋଲି କହିଛନ୍ତି ଡାକ୍ତର |